ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନୋ ସିଙ୍ଗଲ ପ୍ଲାଷ୍ଟିକ’ ଅଭିଯାନକୁ ଆଗକୁ ନେଉଛି ବଲିଉଡ । ପ୍ରଥମେ ଅଭିନେତା ଆମିର ଖାନ ଏହା ସପକ୍ଷ ବାହାରିଥିବା ବେଳେ ବର୍ତ୍ତମାନ କୁଲି ନମ୍ବର-1 ସୁଟିଂ ସେଟକୁ ପ୍ଲାଷ୍ଟିକ ଫ୍ରି କରାଯିବ ।
ସମସ୍ତ କ୍ରିଉ ମେମ୍ବର କେବଳ ଷ୍ଟିଲର ହିଁ ବୋତଲ ବ୍ୟବହାର କରିବେ । କୌଣସି ପ୍ଲାଷ୍ଟିକ ବ୍ୟବହାର କରାଯିବ ନାହିଁ । ପ୍ରଥମ ଫିଲ୍ମ ସେଟ ଭାବରେ ଏହା ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ କରିଛି । ଟ୍ବିଟର ଜରିଆରେ ଏହାର ସୂଚନା ଦେଇଛନ୍ତି ବରୁଣ ଧୱନ ।
ପ୍ରକାଶଥାଉକି, କୁଲି ନମ୍ବର-1, 1995ର ଗୋବିନ୍ଦାଙ୍କ ସୁପରହିଟ ଫିଲ୍ମର ରିମେକ । ଏଥିରେ ବରୁଣ ଧୱନଙ୍କ ସହ ସାରା ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିବ । ଅନ୍ୟପକ୍ଷେ ଚଳିତ ବର୍ଷ ସ୍ବାଧିନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନୋ ସିଙ୍ଗଲ ପ୍ଲାଷ୍ଟିକ’ ଅଭିଯାନ ଆରମ୍ଭ କରିଥିଲେ ।