ETV Bharat / sitara

ରିଷିଙ୍କୁ ନୀତୁଙ୍କ ଅଲବିଦା: ‘ଆମ କାହଣୀର ଅନ୍ତ’

ପତିଙ୍କୁ ଏବେ ବି ମିସ କରୁଥିବା ନୀତୁ ଏକ ଇମୋସନାଲ କ୍ୟାପସନ ଲେଖି ରିଷିଙ୍କୁ ଅଲବିଦା ଜଣାଇଛନ୍ତି । ରିଷିଙ୍କ ସହ ଏକ ପୁରୁଣା ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ଆମ କାହାଣୀର ଅନ୍ତ । ଅଧିକ ପଢନ୍ତୁ...

ରିଷିଙ୍କୁ ନୀତୁଙ୍କ ଅଲବିଦା: ‘ଆମ କାହଣୀର ଅନ୍ତ’
ରିଷିଙ୍କୁ ନୀତୁଙ୍କ ଅଲବିଦା: ‘ଆମ କାହଣୀର ଅନ୍ତ’
author img

By

Published : May 3, 2020, 7:03 AM IST

ମୁମ୍ବାଇ: ଏପ୍ରିଲ 30ରେ ସମଗ୍ର କପୁର ଖାନଦାନକୁ ଶୋକସାଗରରେ ଭସାଇ ଆରପାରିକୁ ଚାଲିଯାଇଥିଲେ ରିଷି କପୁର । ତାଙ୍କ ମୃତ୍ୟୁ ଖବରକୁ ଏବେ ଯାଏଁ ଗ୍ରହଣ କରିପାରିନାହାନ୍ତି ସମ୍ପର୍କୀୟ ଓ ପ୍ରଶଂସକ । ସୋସିଆଲ ମିଡିଆରେ ରିଷିଙ୍କ ସହ ପୁରୁଣା ଫଟୋ ଓ ଭିଡିଓ ସେୟାର କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

ଏହି ଅବସରରେ ସବୁଠୁ ବେଶୀ ଦୁଃଖୀ ଅଛନ୍ତି ରିଷିଙ୍କ ପତ୍ନୀ ନୀତୁ କପୁର । ପତିଙ୍କୁ ଏବେ ବି ମିସ କରୁଥିବା ନୀତୁ ଏକ ଇମୋସନାଲ କ୍ୟାପସନ ଲେଖି ରିଷିଙ୍କୁ ଅଲବିଦା ଜଣାଇଛନ୍ତି । ରିଷିଙ୍କ ସହ ଏକ ପୁରୁଣା ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ଆମ କାହାଣୀର ଅନ୍ତ । ଏହା ରିଷିଙ୍କ ସହ ତାଙ୍କର ଏକ ସୁଖଦ ସମୟର ଫଟୋ ବୋଲି ଜଣାପଡୁଛି କାରଣ ଏଥିରେ ରିଷି ବହୁତ ଖୁସି ଥିବା ଦେଖାଯାଉଛି ।

ପ୍ରକାଶ ଥାଉ କି ଉଭୟଙ୍କ ଲଭଷ୍ଟୋରୀ ବହୁତ ଲୋକପ୍ରିୟ ଓ ଚର୍ଚ୍ଚିତ ଥିଲା । ଫିଲ୍ମ ସେଟରୁ ହିଁ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଫିଲ୍ମ ଜେହରିଲା ଇନସାନରୁ ସେମାନଙ୍କ ଦେଖା ସାକ୍ଷାତ ହୋଇଥିଲା । ପ୍ରଥମେ ଉଭୟ ଭଲ ସାଙ୍ଗ ଥିଲେ । ରିଷି ନିଜ ପ୍ରେମ କାହାଣୀ ବିଷୟରେ ନୀତୁଙ୍କୁ କହୁଥିଲେ । ପରେ ସେମାନଙ୍କ ଭିତରେ ଅନେକ ଝଗଡା ହେଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ପ୍ରେମର ରୂପ ନେଇଥିଲା । ରିଷିଙ୍କ ପ୍ରତି କଷ୍ଟ ଓ ସୁଖ ସମୟରେ ନୀତୁ ସାଙ୍ଗରେ ଥିଲେ । ସେମାନଙ୍କ ମଧ୍ୟରେ ଅତୁଟ ସମ୍ପର୍କ ଥିଲା ।

ନୀତୁ ଶେଷ ଯାଏଁ ରିଷିଙ୍କ ସାଙ୍ଗରେ ଥିଲେ । ରିଷିଙ୍କ ନ୍ୟୁୟର୍କ ଅପରେସନବେଳେ ବି ସେ ସାଥୀରେ ସବୁବେଳେ ଥିଲେ । ଅଚାନକ ରିଷି ତାଙ୍କୁ ଛାଡି ଚାଲିଯିବା ପରେ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.