ETV Bharat / sitara

ପୁଣି ଜାୟରାଙ୍କୁ ନେଇ ବୟାନ ଦେଲେ ଦଙ୍ଗଲ ନିର୍ଦ୍ଦେଶକ

ନିର୍ଦ୍ଦେଶକ ନିତେଶ ତିୱାରୀ ଏକ ସାକ୍ଷାତକାରରେ ଅଭିନେତ୍ରୀ ଜାୟରା ୱାସୀମଙ୍କୁ ନେଇ ନିଜ ମନ କଥା ବଖାଣିଛନ୍ତି । ସମସ୍ତଙ୍କୁ କହିଛନ୍ତି କି ଜିଏରାଙ୍କୁ ପ୍ରଶ୍ନ ପଚାରିବାକୁ ଆମର ଅଧିକାର ନାହିଁ ।

author img

By

Published : Jul 31, 2019, 10:58 PM IST

ଡିଜାଇନ ଫଟୋ

ମୁମ୍ବାଇ: ‘ଦଙ୍ଗଲ’ ଅଭିନେତ୍ରୀ ଜାଏରା ୱାସମୀ ନିକଟରେ ବଲିଉଡ ଛାଡିବା ଖବର ଦେଶରେ ଏକ ବଡ ପ୍ରସଙ୍ଗ ସାଜିଥିଲା । ଜାଏରା ଏକଦା ସୋସିଆଲ ମିଡିଆରେ ଏକ ନୋଟ ଲେଖି ବଲିଉଡ ଛାଡିବା କଥା କହିଥିଲେ । ଏହାପରେ ଆଉ କଣ ଥିଲା ତାଙ୍କ ବଲିଉଡ ଛାଡିବା ସମସ୍ତଙ୍କ ପାଇଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କାରଣ ସେ ନିଜ ଧର୍ମ ପାଇଁ ବଲିଉଡ ଛାଡିବା କଥା ପୋଷ୍ଟରେ ଲେଖିଥିଲେ । ସେ ପୋଷ୍ଟରେ କହିଥିଲେ କି ସେ ଅଭିନୟ କରିବା ଯୋଗୁ ନିଜ ଆଲ୍ଲାହଙ୍କ ଠାରୁ ଦୂରେଇ ଯାଉଛନ୍ତି । ଏହି କାରଣ ପାଇଁ ସେ ବଲିଉଡ ଛାଡିବାକୁ ଚାହୁଁଛନ୍ତି ।

ଏହି ପ୍ରସଙ୍ଗ ଉପରେ ବଲିଉଡର ଅନେକ କଳାକାର ନିଜ ନିଜର ପ୍ରତିକ୍ରିୟା ଦେଇ କିଏ ଏହାକୁ ପବ୍ଲିସିଟି ଷ୍ଟଣ୍ଟ କହିଥିଲେ ତ ଆଉ କିଏ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇଥିଲେ । ଇତିମଧ୍ୟରେ ଫିଲ୍ମ ‘ଦଙ୍ଗଲ’ ନିର୍ଦ୍ଦେଶକ ନିତେଶ ତିୱାରୀ ପୁଣି ଜାୟରାଙ୍କୁ ନେଇ ଏକ ସାକ୍ଷାତକାରରେ ନିଜ ମନ କଥା କହିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇଥିବା ନିତେଶ କହିଥିଲେ କି ସେ ପୂର୍ବରୁ ଯାହା କହିଥିଲେ ଏବଂ ମଧ୍ୟ ସେହି କଥା କହୁଛନ୍ତି । ଜାୟରା ‘ଦଙ୍ଗଲ’ ଏବଂ ‘ସିକ୍ରେଟ ସୁପରଷ୍ଟାର’ ଭଳି ଫିଲ୍ମରେ ଶାନଦାର ଅଭିନୟ କରିଥିଲେ । ଜାୟରାଙ୍କ ବଲିଉଡ ଛାଡିବା ଖବର ଶୁଣି ସେ ବହୁତ ଦୁଃଖି ହୋଇଥିଲେ ।

କାରଣ ତାଙ୍କ ଭଳି ଟ୍ୟାଲେଣ୍ଟେଡ ଅଭିନେତ୍ରୀକୁ ହରାଇବା ତାଙ୍କ ପାଇଁ ଏବଂ ବଲିଉଡ ପାଇଁ ନିହାତି ଦୁଃଖର କଥା ଥିଲା । ଏହି ସବୁ କଥା ସତ୍ତ୍ବେ ଆମକୁ ଭାବିବାକୁ ପଡିବ କି ଆମେ ସମସ୍ତେ ପରିପକ୍ବ ଆଉ ସମସ୍ତଙ୍କୁ ନିଜ ଜୀବନ ବିଷୟରେ ଭାବିବାର ଅଧିକାର ଅଛି । ଯଦି ଆପଣ ଚାହୁଁନାହାଁନ୍ତି ଆପଣଙ୍କୁ କେହି ଆପଣଙ୍କ ଜୀବନ, କ୍ୟାରିୟ ବିଷୟରେ ପ୍ରଶ୍ନ କରୁନ୍ତୁ ବୋଲି । ତେବେ ଆପଣଙ୍କର ମଧ୍ୟ କୌଣସି ଅଧିକାର ନାହିଁ କାହାରିକୁ ପ୍ରଶ୍ନ କରିବାର ବୋଲି କହିଛନ୍ତି ନିତେଶ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.