ETV Bharat / sitara

ପିସିଙ୍କୁ ମିସ୍ କରୁଛନ୍ତି ନିକ୍, ଭାଇରାଲ ପୋଷ୍ଟ - ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ଫିଲ୍ମ ଦ ହ୍ବାଇଟ ଟାଇଗର

ସୋସିଆଲ ମିଡିଆରେ ନିକ ଓ ପିସିଙ୍କ ପୁଣି ରୋମାନ୍ସ । ପରସ୍ପରକୁ ପାଇ ନିଜକୁ ଭାଗ୍ୟବାନ ମାନୁଛନ୍ତି ଏହି ଯୋଡି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Nov 2, 2020, 3:06 PM IST

ମୁମ୍ବାଇ: ଆମେରିକାନ ଫେମସ ପପ୍ ସିଙ୍ଗର ତଥା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ ଜୋନସଙ୍କୁ ନେଇ ନୂଆ ଚର୍ଚ୍ଚା । ସେ ବର୍ତ୍ତମାନ ପତ୍ନୀଙ୍କୁ ଖୁବ୍ ମିସ୍ କରୁଛନ୍ତି ବୋଲି ଜଣାପଡିଛି । ଏକଥା ଆମେ କହୁନାହୁଁ ଏହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଦେଖିବାକୁ ମିଳୁଛି । ଆଜ୍ଞା ହଁ, ସେ ପ୍ରିୟଙ୍କାଙ୍କୁ ମନେ ପକାଇ ଏକ ଫ୍ଲାସବ୍ୟାକ ସ୍ମୃତି ସେୟାର କରିଛନ୍ତି ।

ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ଏହି ଯୋଡି ବ୍ଲାଙ୍କ ଆଉଟଫିଟ୍‌ରେ ନଜର ଆସୁଛନ୍ତି । ଆଉ କ୍ୟାମେରା ସାମ୍ନାରେ ହସଭରା ପୋଜ ଦେଇଛନ୍ତି । ସେହିପରି ଏହାକୁ ପୋଷ୍ଟ କରି ନିକ ଲେଖିଛନ୍ତି, ‘ମୁଁ କେତେ ଭାଗ୍ୟବାନ । #ଫ୍ଲାସବ୍ୟାକ।’

ନିକଙ୍କ ଏହି ପ୍ରେମ ଦେଖି ପିସି ମଧ୍ୟ ସଙ୍ଗେ ସଙ୍ଗେ ଲେଖିଛନ୍ତି, ‘ମାଇଁ ଲଭ ମୁଁ ସବୁଠୁ ଭାଗ୍ୟବାନ ।’ ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କ ପ୍ରେମ ଦେଖି ଫ୍ୟାନ୍ସ ଖୁସି ନକହିଲେ ସରେ ।

ପ୍ରକାଶ ଥାଉକି ଗତ ସେପ୍ଟେମ୍ବର ମାସରେ ପ୍ରିୟଙ୍କା ସୋସିଆଲ ମିଡିଆରେ ନିକଙ୍କ ସହ ନିଜର ଗୋଟିଏ ଫଟୋ ସେୟାର କରି ରୋମାଣ୍ଟିକ କ୍ୟାପସନ ଲେଖିଥିଲେ । ଯଦି ପ୍ରିୟଙ୍କାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଖୁବଶୀଘ୍ର ‘ଦ ହ୍ବାଇଟ ଟାଇଗର’ରେ ନଜର ଆସିବେ । ଯାହାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଫିଲ୍ମରେ ତାଙ୍କ ସହ ପ୍ରଥମଥର ରୋମାନ୍ସ କରିବେ ଲୋକପ୍ରିୟ ଅଭିନେତା ରାଜକୁମାର ରାଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.