ହାଇଦ୍ରାବାଦ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜଣେ ଇଣ୍ଟରନ୍ୟାସନାଲ ପର୍ସନାଲିଟି । ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସହ ଆମେରିକାରେ ତାଙ୍କ ଶାଶୁ ଘରେ ରୁହନ୍ତି, କିନ୍ତୁ ପ୍ରିୟଙ୍କା ଦେଶ ତଥା ବିଦେଶର ପ୍ରଶଂସକଙ୍କୁ ଭୁଲି ନାହାଁନ୍ତି। ମହାଶିବରାତ୍ରୀ ଅବସରରେ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
![ନିକଙ୍କ ସହ ମିଶି ଶିବ ପୂଜା କଲେ ପ୍ରିୟଙ୍କା ଚୋପ୍ରା](https://etvbharatimages.akamaized.net/etvbharat/prod-images/14603107_670_14603107_1646123116694.png)
ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ପ୍ରଶଂସକମାନଙ୍କୁ ମହାଶିବରାତ୍ରୀର ଅଭିନନ୍ଦନ ଜଣାଇଛନ୍ତି । ଅଭିନେତ୍ରୀ ତାଙ୍କ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ଭଗବାନ ଶିବଙ୍କ ଆଗରେ ପୂଜା କରୁଥିବା ନଜର ଆସିଛନ୍ତି । ଏହି ଅବସରରେ ପ୍ରିୟଙ୍କା ଚୋପ୍ରା ଗୋଲାପୀ ରଙ୍ଗର ସୁଟ ପିନ୍ଧିଛନ୍ତି । ଏହି ସମୟରେ ନିକ ଜୋନାସ ଭଗବାନ ଶିବଙ୍କ ସମ୍ମୁଖରେ ବସିଥିବାବେଳେ ଏକ ଧଳା କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି। ଏହି ଫଟୋଗୁଡିକୁ ସେୟାର୍ କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, ସମସ୍ତଙ୍କୁ ମହାଶିବରାତ୍ରୀର ଶୁଭକାମନା ।
![ନିକଙ୍କ ସହ ମିଶି ଶିବ ପୂଜା କଲେ ପ୍ରିୟଙ୍କା ଚୋପ୍ରା](https://etvbharatimages.akamaized.net/etvbharat/prod-images/274887009_4946225318748501_4054198374216992127_n_0103newsroom_1646122811_554.jpg)
ନିକ-ପ୍ରିୟଙ୍କାଙ୍କ ଝିଅ ଏହି ପୂଜାରେ ଦୃଶ୍ୟମାନ ହେଉନାହାନ୍ତି । ତେବେ ନିକଟରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ସରୋଗେସି ଜରିଆରେ ପିତାମାତା ହୋଇଛନ୍ତି । କିଛି ଦିନ ପୂର୍ବରୁ ଅଭିନେତ୍ରୀ ଝିଅର ନର୍ସରୀରୁ କିଛି ଫଟୋ ସେୟାର କରିଥିଲେ । ପ୍ରିୟଙ୍କା ଚୋପ୍ରାଙ୍କ କାମ ବିଷୟରେ କହିବାକୁ ଗଲେ, ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର Matrix Resurrections ରେ ନଜର ଆସିଥିଲେ । ଏଥି ସହିତ ଅଭିନେତ୍ରୀ ସିଟାଡେଲର ସୁଟିଂ ଶେଷ କରିଛନ୍ତି।
![ପ୍ରିୟଙ୍କା ଚୋପ୍ରା](https://etvbharatimages.akamaized.net/etvbharat/prod-images/274915007_495836038713815_7659041522731832622_n_0103newsroom_1646122811_538.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ