ETV Bharat / sitara

ପୁଣି ଟ୍ବିଟରରେ ଟ୍ରେଣ୍ଡ କଲା ଦିଶା-ସୁଶାନ୍ତଙ୍କ ନ୍ୟାୟ ଦାବି

author img

By

Published : Aug 31, 2020, 5:04 PM IST

ସୋମବାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ହ୍ୟାଶଟ୍ୟାଗ ଦିଶା ସୁଶାନ୍ତ ମର୍ଡର ମିଷ୍ଟ୍ରି’ । ନ୍ୟାୟ ଦାବି କଲେ ଫ୍ୟାନ୍ସ । ରାଗଭରା କମେଣ୍ଟରେ ଭରିଲେ ଟ୍ବିଟର ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟାରେ କନେକ୍ସନ ଥିବା କଥା ସୋସିଆଲ ମିଡିଆରେ ଏଯାବତ ଶୁଣିବାକୁ ମିଳୁଛି । ସୁଶାନ୍ତଙ୍କ ଆତ୍ମହତ୍ୟା 6 ଦିନ ପୂର୍ବରୁ ଦିଶା ନିଜ ଫ୍ଲାଟର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଦୁଇଜଣଙ୍କ ଆତ୍ମହତ୍ୟାକୁ ନେଇ ଭିନ୍ନ ଭିନ୍ନ କାହାଣୀ କୁହାଯାଉଛି । କିଏ କହୁଛନ୍ତି କି ଦିଶା ଓ ଅଭିନେତା ସୁରଜ ପଞ୍ଚୋଲୀ ରିଲେସନଶିପରେ ଥିଲେ । ଯାହାଦ୍ବାରା ଦିଶା ଗର୍ଭବତୀ ହୋଇଥିଲେ । ହେଲେ ପରେ ସୁରଜ ତାଙ୍କୁ ବିବାହ କରିବାକୁ ମନା କରିଥିଲେ । ଏହି କଥାକୁ ଆଧାର କରି ସୁଶାନ୍ତ ଓ ସୁରଜଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେହିପର ଅନ୍ୟ କିଛି ଲୋକ କହୁଛନ୍ତି ଯେ ଦିଶାଙ୍କ ବିଷୟରେ ସୁଶାନ୍ତ ଜାଣିଥିବାରୁ ତାଙ୍କୁ ହତ୍ୟା କରାଯାଇଛି । ଏମିତି ଅନେକ କଥା ସୋସିଆଲ ମିଡିଆରେ ବାରମ୍ବାର ସାମ୍ନାକୁ ଆସୁଛି । ଇତିମଧ୍ୟରେ ପୁଣି ଦୁଇଜଣଙ୍କ ପାଇଁ ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଛନ୍ତି ଫ୍ୟାନ୍ସ ।

ସୋମବାର ଟ୍ବିଟରରେ ‘ହ୍ୟାଶଟ୍ୟାଗ ଦିଶାସୁଶାନ୍ତମର୍ଡରମିଷ୍ଟ୍ରି’ ଟ୍ରେଣ୍ଡ କରାଇଛନ୍ତି ଯୁଜର୍ସ । ଆଉ ସମସ୍ତେ ଗୋଟିଏ କଥା କହୁଛନ୍ତି ଯେ ଦିଶା ଓ ସୁଶାନ୍ତଙ୍କ ହତ୍ୟା କରାଯାଇଛି । ଯାହାପାଇଁ ଦୁଇଜଣଙ୍କୁ ନ୍ୟାୟ ମିଳିବା କଥା ।

ସେ ୟୁଜର ଲେଖିଛନ୍ତି, ‘ଦିଶାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରକୃତରେ କଣ ଜଣେ ଉଲଗ୍ନ ହୋଇ ଆତ୍ମହତ୍ୟା କରିବାକୁ ଯିବ । ଅନେକ ତଥ୍ୟ ଏହି କେସରେ ଲୁଚାଯାଉଛି । ଦିଶା ଓ ସୁଶାନ୍ତଙ୍କୁ ନ୍ୟାୟା ମିଳିବା ଦରକାର ।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଆମେ ସମସ୍ତଙ୍କର ଅଧିକାର ଅଛି ସତ ଜାଣିବା ପାଇଁ । ଜୁନ 8ରେ ଦିଶାଙ୍କ ସହ କଣ ଘଟିଥିଲା । ଆଉ ଜୁନ 13,14ରେ ସୁଶାନ୍ତଙ୍କ ସହ କଣ ସବୁ ହୋଇଥିଲା । ମୁମ୍ବାଇ ଟୁଇନ ମର୍ଡର କେସ ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ କେସରେ ବର୍ତ୍ତମାନ ସିବିଆଇ ଠୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଏନସିବି ଯାଞ୍ଚ କରୁଛନ୍ତି । ବାରମ୍ବାର ତାଙ୍କ କେସରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମ ସାମ୍ନାକୁ ଆସୁଛି । ସେହିପରି ନିକଟରେ ରିଆଙ୍କ ଡିଲିଟ ହ୍ବାଟ୍ସଆପ ଚାଟରୁ ଜଣାପଡିଥିଲା ଯେ ସେ କିଛି ଡ୍ରଗ ଡିଲରଙ୍କ ସହ କଥାବାର୍ତ୍ତା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.