ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତା ନୀଲ ନିତିନ ମୁକେଶଙ୍କ ପାଇଁ ଏକ ବଡ ଦିନ । ଏହି ଦିନ ତାଙ୍କ ପିତା ନିତିନ ମୁକେଶଙ୍କ 70 ତମ ଜନ୍ମଦିନ ଅଟେ ।
- " class="align-text-top noRightClick twitterSection" data="
">
ହଁ, ଆଜି କିମ୍ବଦନ୍ତୀ ଭାରତୀୟ ପ୍ଲେବ୍ୟାକ୍ ଗାୟକ ନିତିନ ମୁକେଶଙ୍କୁ 70 ବର୍ଷ ବୟସ ହୋଇଛି । ଏହି ଅବସରରେ ତାଙ୍କର ପୁତ୍ର ନୀଲ ପିତାଙ୍କ ସହିତ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ନୀଲଙ୍କୁ ତାଙ୍କ ପିତା କିସ ଦେଉଥିବାର ଦେଖିବାକୁ ମିଳିଛି ।
ଏହି ଫଟୋର କ୍ୟାପସନରେ ନୀଲ ଲେଖିଛନ୍ତି, 70 ତମ ଜନ୍ମଦିନ ପାପା । ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ । ପ୍ରତ୍ୟେକ ପୁଅଙ୍କୁ ତୁମ ପରି ପିତାଙ୍କ ଆଶୀର୍ବାଦ ପ୍ରାପ୍ତ ହେଉ । ଭଗବାନ ତୁମକୁ ସମସ୍ତ ଭଲପାଇବା ସହିତ ଆଶୀର୍ବାଦ କରନ୍ତୁ । ଆଜି ଆମ ସମସ୍ତଙ୍କ ପାଇଁ ଏକ ବଡ ଦିନ । 70 ବର୍ଷ, କିନ୍ତୁ ତଥାପି ମୋ ହୃଦୟରେ ତମେ ୟଙ୍ଗ ଷ୍ଟାର ଅଟ । ତୁମକୁ ବହୁତ ସାରା ଭଲପାଇବା ପାପା । ଜନ୍ମଦିନର ଶୁଭେଚ୍ଛା । @ nitinmukesh9 ।
- " class="align-text-top noRightClick twitterSection" data="
">
ଏହି ଅବସରରେ ନୀଲଙ୍କ ଭଉଣୀ ନେହା ମଧ୍ୟ ଏକ ଭିଡିଓ ପୋଷ୍ଟ ସେୟାର କରି ନିତିନ ମୁକେଶଙ୍କୁ ଶୁଭେଚ୍ଛା କାମନା କରିଛନ୍ତି । ନେହା ତାଙ୍କ ପିତାଙ୍କ ସହିତ ସମସ୍ତ ପୁରୁଣା ଫଟୋଗୁଡିକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି ।
ଏହି ଭିଡିଓର କ୍ୟାପସନରେ ନେହା ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ପାପା” ।
ପ୍ରକାଶ ଥାଉ କି, ନୀଲଙ୍କ ଶେଷ ଫିଲ୍ମ ଥିଲା 'ବାଇପାସ୍ ରୋଡ୍' । ଯାହା ନଭେମ୍ବର 2019 ରେ ମୁକ୍ତିଲାଭ କରିଥିଲା ।