ମୁମ୍ବାଇ: ଚର୍ଚ୍ଚାରେ କିପରି ରୁହନ୍ତି ଏକି କଳା ଫେମସ ଗାୟିକା ନେହା କକ୍କରଙ୍କ ପାଖ ବେଶ ଅଛି । କେବେ ସେ ନିଜ ବିବାହକୁ ନେଇ ଲାଇମ ଲାଇଟରେ ରହୁଛନ୍ତି ତ ଆଉ କେବେ ସୋସିଆଲ ମିଡିଆରେ ପୁରୁଣା ଫଟୋ ସେୟାର କରି ଚର୍ଚ୍ଚାରେ ଆସୁଛନ୍ତି । ଇତିମଧ୍ୟରେ ନେହା ଏକ ସାକ୍ଷାତକାର ପାଇଁ ପୁଣିଥରେ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି । ବଲିଉଡରେ ଏଣ୍ଟ୍ରିକୁ ନେଇ ସେ କରିଛନ୍ତି ଖୁଲାସା ।
ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେ କେବେ ବଲିଉଡରେ ଏଣ୍ଟ୍ରି କରିବେ । ଏହାର ଜବାବରେ ସେ କିଛି ସର୍ତ୍ତ ରଖିଥିଲେ । ଯାହାପରେ ତାଙ୍କ ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି । ତାଙ୍କ ସର୍ତ୍ତ ପୂରଣ ହେଲା ପରେ ହିଁ ସେ ଫିଲ୍ମରେ ଅଭିନୟ କରିବେ ବୋଲି କହିଛନ୍ତି ।
ସେ ସାକ୍ଷାତକାରରେ କହିଥିଲେ ଯେ, ଏଯାବତ ଯେଉଁ ଗାୟକ, ଗାୟିକା ଫିଲ୍ମରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ସେମାନେ ସଫଳ ହୋଇପାରିନାହାଁନ୍ତି । ଏମିତିରେ ସେ ଯଦି କୌଣସି ଫିଲ୍ମ କରୁଛନ୍ତି, ପୁରା ଧ୍ୟାନ ରଖିବେ ଫିଲ୍ମ ହିଟ୍ କରାଇବା ପାଇଁ । ତାହାଲେ ସେ ଫିଲ୍ମ କରିବେ, ନହେଲେ ଏଥିରେ ହାତ ଲଗାଇବେ ନାହିଁ । ଯେବେ ଅନୁଭବ କରିବେ ଫିଲ୍ମ ହିଟ୍ ହେବ ତେବେ ସେ ଫିଲ୍ମରେ ଭାଗ୍ୟ ପରୀକ୍ଷା କରିବେ ବୋଲି କହିଛନ୍ତି ।