ETV Bharat / sitara

ବଢିଲା ନେଟଫ୍ଲିକ୍ସର ସମସ୍ୟା, ସିରିଜ ‘ବମ୍ବେ ବେଗମ୍ସ’ ଉପରେ ଅଭିଯୋଗ

author img

By

Published : Mar 12, 2021, 12:32 PM IST

ପିଲାମାନଙ୍କର ଅନୁପଯୁକ୍ତ ଚିତ୍ରଣ ସିରିଜ ‘ବମ୍ବେ ବେଗମ୍ସ’ରେ ପର୍ଯ୍ୟବେଶିତ କରାଯାଇଥିବାରୁ ନୋଟିସ ଜାରି କଲେ ଏନସିପିସିଆର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ପୁଣି ବଢିଲା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସର ସମସ୍ୟା । ନୂଆ ୱେବ ସିରିଜ ‘ବମ୍ବେ ବେଗମ୍ସ’କୁ ନେଇ ବିବାଦ । ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ରିଲିଜ ହୋଇଥିବା ଏହି ସିରିଜ ଉପରେ ଅଭିଯୋଗ । ଜାତୀୟ ଶିଶୁ ଅଧିକାର ସଂସ୍ଥା ‘ଏନସିପିସିଆର’ ନେଟଫ୍ଲିକ୍ସକୁ ସିରିଜରେ ପିଲାମାନଙ୍କର ଅନୁପଯୁକ୍ତ ଚିତ୍ରଣ ବୋଲି ଦର୍ଶାଇ ‘ବମ୍ବେ ବେଗମ୍ସ’ ଷ୍ଟ୍ରିମିଂ ବନ୍ଦ କରିବାକୁ କହିଛି।

ଗୁରୁବାର ଦିନ ନେଟଫ୍ଲିକ୍ସକୁ ଦିଆଯାଇଥିବା ଏକ ନୋଟିସରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR) ଓଟିଟି ପ୍ଲାଟଫର୍ମକୁ 24 ଘଣ୍ଟା ମଧ୍ୟରେ ଏକ ବିସ୍ତୃତ କାର୍ଯ୍ୟ ରିପୋର୍ଟ ପ୍ରଦାନ କରିବାକୁ କହିଛି, ଯାହା ବିଫଳ ହେବା ଦ୍ବାରା ଏହା ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବାଧ୍ୟ ହେବ।

ଏହି ସିରିଜରେ ପିଲାଙ୍କର ଅନୁପଯୁକ୍ତ ଚିତ୍ରଣକୁ ବିରୋଧ କରି ଆୟୋଗ କହିଛନ୍ତି ଯେ ଏହି ବିଷୟବସ୍ତୁ ଯୁବ ମନକୁ ଭ୍ରମିତ କରିପାରେ ଏବଂ ଏହାଦ୍ବାରା ଶିଶୁମାନଙ୍କର ଶୋଷଣ ତଥା ହିଂସା ମଧ୍ୟ ବଢିପାରେ। ଅଭିଯୋଗ ଉପରେ ଆଧାର କରି ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯେଉଁଥିରେ ଅଭିଯୋଗ ହୋଇଛି ଯେ ଏହି ସିରିଜରେ ନାବାଳିକ, ନାବଳକ ଯୌନ ସମ୍ପର୍କରେ ରହିବା ସହ ଡ୍ରଗ୍ସ ଅପବ୍ୟବହାର କରୁଛନ୍ତି।

କମିଶନ ତାଙ୍କ ନୋଟିସରେ କହିଛନ୍ତି, ‘ନେଟଫ୍ଲିକ୍ସ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଉଚିତ୍ ଯେତେବେଳେ ବି ଶିଶୁମାନଙ୍କ ପାଇଁ କିମ୍ବା ପିଲାମାନଙ୍କ ପାଇଁ କୌଣସି ବିଷୟବସ୍ତୁକୁ ଷ୍ଟ୍ରିମିଂ କରି ତେବେ ସବୁ ସତର୍କତା ଅବଲମ୍ବନ କରିବା ନିହାତି ଦରକାର ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.