ETV Bharat / sitara

ସାମନାକୁ ଆସିଲେ ଆର୍ଯ୍ୟନ ମାମଲାର ମୁଖ୍ୟସାକ୍ଷୀ, ଖୁବଶୀଘ୍ର କରିବେ ଆତ୍ମସମର୍ପଣ

author img

By

Published : Oct 26, 2021, 12:16 PM IST

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଅଧିକାରୀଙ୍କ ନାମରେ ହୋଇଥିବା ଲାଞ୍ଚ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନସିବି ସାକ୍ଷୀ କିରଣ ଗୋସାଭି । ଅଧିକ ପଢନ୍ତୁ...

ncb-witness-kp-gosavi-ready-to-surrender-is-false-says-lucknow-police
ଆର୍ଯ୍ୟନଙ୍କୁ ଖଲାସ୍ ପାଇଁ ଲାଞ୍ଚ ଅଭିଯୋଗ, ଖଣ୍ଡନ କଲେ NCB ସାକ୍ଷୀ

ଲକ୍ଷ୍ନୌ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କ ସହ ଏନସିବି ହେପାଜତରେ ସେଲଫି ନେଇଥିବା ତଥା ମାମଲାର ଏନସିବି ସାକ୍ଷୀ କିରଣ ଗୋସାଭି ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏଥିସହ ସେ ପୋଲିସ ନିକଟରେ ଆତ୍ମସମର୍ପଣ ପାଇଁ ରାଜି ହୋଇଥିବା ଲକ୍ଷ୍ନୌ ପୋଲିସ କହିଛନ୍ତି । ତେବେ ଆର୍ଯ୍ୟନଙ୍କୁ ଛାଡିବା ପାଇଁ ଏନସିବି ସହ ମିଶି ୧୮ କୋଟିର ଡିଲ୍ କରିଥିବା ଅଭିଯୋଗ କରିଥିଲେ ଗୋସାଭିଙ୍କ ବଡିଗାର୍ଡ ପ୍ରଭାକର ।

କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଜେ କିରଣ ଗୋସାଭି । ସେ କହିଛନ୍ତି ଯେ,'ମୁଁ ଅକ୍ଟୋବର ୬ ଯାଏଁ ମୁମ୍ବାଇରେ ଥିଲି । ତା' ପରଠାରୁ ସମୀର ୱାଙ୍ଖଡେଙ୍କ ସହ କୌଣସି କଥାବାର୍ତ୍ତା ହୋଇନାହିଁ । ଟଙ୍କା ଡିଲ୍ ଘଟଣା ସମ୍ପୂର୍ଣ୍ଣ ମିଛ । ତଦନ୍ତ ବାଟବଣା କରିବା ପାଇଁ ଏପରି କାହାଣୀ ରଚାଯାଉଛି ।' ତେବେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ଲକ୍ଷ୍ନୌ ପୋଲିସ କହିଛି । ସୂଚନା ଅନୁଯାୟୀ କିଛିଦିନ ହେବ ଫେରାର୍ ଅଛନ୍ତି ଗୋସାଭି ।

ଅନ୍ୟପଟେ ଗୋସାଭିଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ‘ଯଦି ଜେଲ୍ ଯାଏ, ତେବେ ମୋତେ ମାରିଦିଆଯିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆର୍ଯ୍ୟନ ଖାନ ମୋତେ ତାଙ୍କ ମ୍ୟାନେଜରଙ୍କ ସହ କଥା କରାଇଦେବାକୁ କହିଥିଲେ। ଆର୍ଯ୍ୟନ୍‌ ମୋତେ ତାଙ୍କ ଘର ଲୋକଙ୍କ ନୁହେଁ ମ୍ୟାନେଜର ପୂଜାଙ୍କ ଫୋନ୍‌ ନମ୍ବର ଦେଇଥିଲେ । ମୁଁ ପ୍ରଭାକର ସେଲଙ୍କୁ ଜାଣେ, ସେ ମୋ ପାଇଁ କାମ କରୁଥିଲା, କିନ୍ତୁ ସେ ଯେଉଁ ଅଭିଯୋଗ ଆଣିଛି ତାହା ବିଷୟରେ ମୁଁ ଜାଣିନାହିଁ’ ବୋଲି ଗୋସାଭି କହିଛନ୍ତି ।

ସୂଚନା ଅନୁଯାୟୀ, ଏନ୍‌ସିବିର ସାକ୍ଷୀ ପ୍ରଭାକର ସେଲ୍‌ ଦାବି କରିଥିଲେ ଯେ, ସେ କ୍ରୁଜ ଡ୍ରଗ୍ସ ପାର୍ଟି ଚଢ଼ାଉରେ ଘଟିଥିବା ସମସ୍ତ ଡ୍ରାମାର ମୁକସାକ୍ଷୀ । ସେ କିରଣ ଗୋସାଭି ଏବଂ ଶାମ ନାମକ ଜଣେ ବ୍ୟକ୍ତିଙ୍କୁ ଏନସିବି ଅଫିସ ନିକଟରେ ଭେଟିଥିବାର ଦେଖିଥିଲେ । ଗୋସାଭି ଓ ଶାମ ମିଶି ଶାହାରୁଖଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ଭେଟି ୨୫ କୋଟି ଟଙ୍କା ଡିମାଣ୍ଡ କରିଥିଲେ । ପରେ ୧୮ କୋଟି ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା । ଗୋସାଭି ୧୮ କୋଟି ଟଙ୍କାରୁ ୮ କୋଟି ସମୀର ୱାଙ୍ଖଡେ ଏବଂ ଅନ୍ୟ ଟଙ୍କାକୁ ପରସ୍ପର ମଧ୍ୟରେ ବାଣ୍ଟିବା ପାଇଁ କହିଥିବା ପ୍ରଭାକର ଅଭିଯୋଗ ଆଣିଥିଲେ । ମାତ୍ର ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଜୀବନ ପ୍ରତି ବିପଦ ଥିବା ଗୋସାଭି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.