ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା‌: ଏନସିବି ହାତରେ ଆଉ ଜଣେ ଡ୍ରଗ୍ସ ପେଡଲର - ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା

ସୁଶାନ୍ତ ସିଂ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ୍ସ କେସରେ ଧରାପଡିଲା ଜଣେ ଅଭିଯୁକ୍ତ । ଯିଏ ରିଆ ଓ ସୌଭିକଙ୍କୁ ଯୋଗାଉଥିଲା ନିୟମିତ ଡ୍ରଗ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 9, 2020, 11:29 AM IST

Updated : Dec 9, 2020, 11:40 AM IST

ମୁମ୍ବାଇ:ବଲିଉଡ ଡ୍ରଗ୍ସ ମାମଲାରେ ଏନସିବି ଜଣକ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଲାଗିଛି । ବର୍ତ୍ତମାନ ଏନସିବି ହାତରେ ଧରା ପଡିଛି ଆଉ ଜଣେ ଅଭିଯୁକ୍ତ । ଯିଏ ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା ସହ ସିଧାସଳଖ ଜଡିତ । ରିଆ ଚକ୍ରବର୍ତ୍ତୀ ଏବଂ ସୌଭିକ ଚକ୍ରବର୍ତ୍ତୀଙ୍କୁ ନିଶା ଦ୍ରବ୍ୟ ଯୋଗାଉଥିଲେ ସେ । କୁହାଯାଉଛି ଯେ ଅନ୍ୟ କିଛି ବ୍ୟକ୍ତିଙ୍କ ମାଧ୍ୟମରେ ସେ ଉଭୟଙ୍କୁ ଡ୍ରଗ୍ସ ବିତରଣ କରୁଥିଲେ ।

ଏନସିବି ଦ୍ବାରା ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ରେଗାଲ ମହାକାଲ ବୋଲି କୁହାଯାଉଛି । ଯିଏ ଜଣେ ବଡ ଡ୍ରଗ୍ସ ପେଡଲର । ଗିରଫ ସମୟରେ ତାଙ୍କ ପାଖରୁ ନଗଦ ରାଶି ସହିତ ବହୁ ପରିମାଣର ନିଶା ଦ୍ରବ୍ୟ ମଧ୍ୟ ଜବତ କରାଯାଇଛି । ସେ ଅନ୍ୟ ଯୋଗାଣକାରୀ ଅନୁଜ କେଶୱାନୀଙ୍କ ମାଧ୍ୟମରେ ରିଆ ଓ ସୌଭିକଙ୍କୁ ଡ୍ରଗ୍ସ ମଧ୍ୟ ଯୋଗାଉଥିଲା ।

ରେଗାଲ୍‌ ମହାକାଲଙ୍କୁ ବୁଧବାର କୋର୍ଟରେ ହାଜର କରାଇବ ଏନସିବି । ପ୍ରକାଶ ଥାଉକି ମୁମ୍ବାଇର ଲୋଖଣ୍ଡୱାଲା ଅଞ୍ଚଳରେ ଏନସିବି କ୍ରମାଗତ ଭାବେ ଯାଞ୍ଚ କରିବାରେ ଲାଗିଛି । ଆଉ ଧିରେ ଧିରେ କରି ଡ୍ରଗ ଡିଲରଙ୍କ ପର୍ଦାଫାସ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 9, 2020, 11:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.