ETV Bharat / sitara

ପତ୍ନୀଙ୍କ ଅଭିଯୋଗ ଉପରେ ମୁହଁ ଖୋଲିଲେ ନୱାଜୁଦ୍ଦୀନ

ପତ୍ନୀ ଆଲିୟାଙ୍କୁ ଆଇନ ନୋଟିସ୍ ପଠାଇସାରିଛନ୍ତି ନୱାଜ । ଏହାର ଜବାବରେ ଆଲିୟା କହିଛନ୍ତି ତାଙ୍କ ଜବାବକୁ ଅପେକ୍ଷା କରିବାକୁ ।

author img

By

Published : Jun 27, 2020, 1:38 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୱାଜୁଦ୍ଦୀନ  ସିଦ୍ଦିକୀ

ମୁମ୍ବାଇ: କିଛି ଦିନ ହେବ ଚର୍ଚ୍ଚାରେ ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀ । ଲକଡାଉନରେ ତାଙ୍କ ପତ୍ନୀ ଆଲିୟା ସିଦ୍ଦିକୀ ହ୍ବାଟ୍ସଅପରେ ତାଙ୍କୁ ତଲାକ ନୋଟିସ୍ ପଠାଇଥିଲେ । ଯାହାପରଠୁ ତାଙ୍କ ବୈବାହିକ ଜୀବନକୁ ନେଇ ଅନେକ ଖବର ସାମ୍ନାକୁ ଆସିବାରେ ଲାଗିଛି । ଖାଲି ଏତିକି ନୁହେଁ ଆଲିୟା ବିବାହ ପୂର୍ବରୁ ଥିବା ନିଜ ନାମ ଅଞ୍ଜନା କିଶୋର ପାଣ୍ଡେ ପୁଣି ବ୍ୟବହାର କରିଛନ୍ତି । ସେପଟେ ନୱାଜଙ୍କ ଭାଇ ତଥା ନିର୍ଦ୍ଦେଶକ ଶମାସ ସିଦ୍ଦିକୀ ନିକଟରେ ଭାଉଜଙ୍କ ଉପରେ ଅନେକ ଅଭିଯୋଗ ଆଣିଥିଲେ । ଏବେ ଏହି ମାମଲାରେ ପ୍ରଥମଥର ମୁହଁ ଖୋଲିଛନ୍ତି ନୱାଜ ।

  • Good that you have finally spoken @Nawazuddin_S

    Do await my reply. I will have no reasons to now hold back any actions as sought to be initiated against you personally, by me.

    — Anjana Anand kishor pandey (@ASiddiqui2020) June 26, 2020 " class="align-text-top noRightClick twitterSection" data=" ">

ନିକଟରେ ସେ ଏକ ସାକ୍ଷାତକାରରେ ଜଣାଇଥିଲେ ଯେ ଆଲିୟାଙ୍କ ତଲାକ ବାବଦରେ ସେ ତାଙ୍କୁ ନୋଟିସ ପଠାଇସାରିଛନ୍ତି । ଯାହା ଉପରେ ଆଲିୟା ଏବେ ଟ୍ବିଟ କରି ଚର୍ଚ୍ଚାରେ । ସେ ଟ୍ବିଟରେ ଲେଖିଛନ୍ତି, ‘ଭଲ କଥା ଯେ ତୁମେ ପରିଶେଷରେ କିଛି କହିଲ । ମୋ ଜବାବର ଅପେକ୍ଷା କରିବ । ଏବେ ମୁଁ ତୁମ ବିରୋଧରେ କୌଣସି ଆକ୍ସନ ନେବାକୁ ଆଉ ଭାବିବି ନାହିଁ ।’

ପ୍ରକାଶ ଥାଉକି ତଲାକ ସହ ଆଲିୟା ପିଲାଙ୍କ କଷ୍ଟଡି ମଧ୍ୟ ମାଗିଥିଲେ । ଏହାସହ ସେ ନୱାଜଙ୍କ ପରିବାର ଉପରେ ମାରପିଟର ଅଭିଯୋଗ ଲାଗାଇଥିଲା । ଯାହାପରେ ନୱାଜଙ୍କ ଖୁବ୍ ସମାଲୋଚନା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.