ETV Bharat / sitara

15ରେ ରିଲିଜ ହେବନି ‘ମୋତିଚୋର ଚକନାଚୁର’ - କମେଡି ଫିଲ୍ମ ମୋତିଚୁର ଚକନାଚୁର ରିଲିଜ ନ୍ୟୁଜ

ବହୁପ୍ରତିକ୍ଷିତ ଫିଲ୍ମ ‘ମୋତିଚୋର ଚକନାଚୁର’କୁ ନେଇ ସମସ୍ୟାରେ ମେକର୍ସ । ବିବାଦ ଦେଇ ଗତି କରୁଛି ଏହି ଫିଲ୍ମ । ରିଲିଜ ଉପରେ ଲାଗିଲା ରୋକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୱାଜୁଦ୍ଦୀନ ସିଦ୍ଦିକୀ
author img

By

Published : Nov 12, 2019, 6:29 PM IST

ମୁମ୍ବାଇ: ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀ ଓ ଆଥିୟା ସେଟ୍ଟୀଙ୍କ ଚର୍ଚ୍ଚିତ ଫିଲ୍ମ ‘ମୋତିଚୁର ଚକନାଚୁର’ ବର୍ତ୍ତମାନ ଚର୍ଚ୍ଚାରେ । ଫିଲ୍ମ ଆସନ୍ତା 15 ତାରିଖରେ ରିଲିଜ ହୋଇଥାଆନ୍ତା । ଯାହାକୁ ନେଇ ଏକ୍ସାଇଟେଡ ଥିଲେ ଦର୍ଶକ । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ଫିଲ୍ମଟି 15ରେ ରିଲିଜ ହେବ ନାହିଁ ।

ପ୍ରକାଶ ଥାଉକି ବିହାର ସିଭିଲ କୋର୍ଟ ‘ମୋତିଚୁର ଚକନାଚୁର’ ରିଲିଜ ଉପରେ ରୋକ ଲଗାଇଛନ୍ତି । ଜଣେ ସ୍ଥାନୀୟ ଡିଷ୍ଟ୍ରିବ୍ୟୁଟର ଫିଲ୍ମ ରାଇଟ୍ସ ଉପରେ ଦାବି କରିଛନ୍ତି । ଏହାସହ ତାଙ୍କ ପାଖରେ ଏହାର ସଠିକ୍ କାଗଜପତ୍ର ମଧ୍ୟ ଅଛି ବୋଲି କହିଛନ୍ତି । ଫିଲ୍ମ ପ୍ରଯୋଜକ ରାଜେଶ ଭାଟିଆଙ୍କ ବିରୋଧରେ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ଯେ ସେ ଏପର୍ଯ୍ୟନ୍ତ ଫିଲ୍ମର ଷ୍ଟାରକାଷ୍ଟଙ୍କ ସହ ନିର୍ଦ୍ଦେଶକଙ୍କୁ ବି ସେମାନଙ୍କ ପାରିଶ୍ରମିକ ଦେଇନାହାଁନ୍ତି । ଏହି କାରଣ ପାଇଁ ଫିଲ୍ମ ରିଲିଜ ସ୍ଥଗିତ ରଖାଯାଇଛି ।

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ପ୍ରଯୋଜକ ପୂର୍ବରୁ ନିର୍ଦ୍ଦେଶକ ଦେବମିତ୍ରାଙ୍କୁ ବାହାର କରିଦେଇଥିଲେ । ଫିଲ୍ମରୁ ଅଲଗା ହେବା ପରେ ଦେବମିତ୍ରା ବମ୍ବେ ହାଇକୋର୍ଟରେ ଟ୍ରେଲର ଉପରେ ରୋକ ଲଗାଇବାର ଯାଚିକା ଦାୟର କରିଥିଲେ । ଯାହାପରେ ବମ୍ବେ ହାଇକୋର୍ଟ ଫିଲ୍ମ ‘ମୋତିଚୁର ଚକନାଚୁର’ ଟ୍ରେଲର ଉପରେ ଷ୍ଟେ ଲଗାଇଥିଲେ । ପରେ କିନ୍ତୁ ଟ୍ରେଲର ଉପରୁ ବମ୍ବେ ହାଇକୋର୍ଟ ଲଗାଇଥିବା ରୋକ ଉଠାଇ ଦେଇଥିଲେ ।

କଥାଟି ହେଲା ଯେ ଫିଲ୍ମର ଲେଖକ, ନିର୍ଦ୍ଦେଶକ ଦେବମିତ୍ରା ନିଜ ପାଉଣା ପାଇନଥିବାରୁ କୋର୍ଟରେ ଯାଚିକା ଦାୟର କରିଥିଲେ । ଆଥିୟାଙ୍କ ମଧ୍ୟ ଏଯାବତ ସମ୍ପୂର୍ଣ୍ଣ ଫିସ୍ ମିଳିନାହିଁ ବୋଲି ଖବର ଜୋର ଧରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.