ଚେନ୍ନାଇ: ନ୍ୟାସନାଲ କ୍ରସ୍ ଅଭିନେତ୍ରୀ ରୂପେ ଜଣାଶୁଣା ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନଙ୍କ ଅନ୍ଦାଜରେ ଦିୱାନା ଫ୍ୟାନ୍ସ । ଇତିମଧ୍ୟରେ ବଡ ଖୁଲାସା କରିଛନ୍ତି ଅଭିନେତ୍ରୀ । ଆଉ କାହାକୁ ବିବାହ କରିବେ ସେ ନେଇ ଖୋଲିଛନ୍ତି ମୁହଁ ।
କଥାଟି ହେଲା ଯେ ନିଜର ଆଗାମୀ ତାମିଲ ଫିଲ୍ମ ‘ସୁଲତାନ’ ସୁଟିଂରେ ବ୍ୟସ୍ତି ଥିବା ରଶ୍ମିକା ଏକ ସାକ୍ଷାତକାରରେ ଜଣାଇଛନ୍ତି ଯେ ସେ ଜଣେ ତାମିଲ ପୁଅକୁ ବିବାହ କରିବେ ।
ସେହିପରି ସେ ଆହୁରି କହିଛନ୍ତି, ‘ମୁଁ ପ୍ରକୃତରେ ତାମିଲନାଡୁର ସଂସ୍କୃତି ଏବଂ ବିଶେଷ ଭାବରେ ଖାଦ୍ୟ ପ୍ରତି ଆକର୍ଷିତ ହୋଇଛି। ମୁଁ ତାମିଲ ଖାଦ୍ୟକୁ ଭଲ ପାଉଛି । କାରଣ ଏହା ପ୍ରକୃତରେ ସ୍ବାଦିଷ୍ଟ। ଆଶା କରୁଛି ମୁଁ ଜଣେ ତାମିଲ ପୁଅଙ୍କୁ ବିବାହ କରିବି ଏବଂ ତାମିଲନାଡୁର ବୋହୂ ହେବି ।’
ପ୍ରକାଶ ଥାଉକି ରଶ୍ମିକା ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ବ୍ୟାକ ଟୁ ବ୍ୟାକ ଆସିବ ତାଙ୍କ ଦୁଇଟି ହିନ୍ଦୀ ଫିଲ୍ମ । ଅମିତାଭ ବଚ୍ଚନଙ୍କ ସହ ‘ଗୁଡବାଏ’ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ‘ମିଶନ ମଜନୁ’ରେ ଦେଖିବାକୁ ମିଳିବ ରଶ୍ମିକାଙ୍କ ଅଭିନୟ ।