ETV Bharat / sitara

ନାସିରୁଦ୍ଦିନଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଲେ ପୁଅ - ନାସିରୁଦ୍ଦୀନ ଶାହଙ୍କ ବିବାଦୀୟ ବୟାନ

ନିକଟରେ ଅଭିନେତା ଅନୁପମ ଖେରଙ୍କୁ ଜୋକର କହି ବିବାଦ ଘେରରେ ଆସିଥିଲେ ନାସିରୁଦ୍ଦିନ ଶାହ। ଏହାପୂର୍ବରୁ ମଧ୍ୟ ସେ ଅନେକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।

nasiruddin shah
ଡିଜାଇନ ଫଟୋ
author img

By

Published : Feb 1, 2020, 7:29 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ନାସିରୁଦ୍ଦିନ ଶାହଙ୍କ ବିବାଦୀୟ ବୟାନ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ସେ ନିଜ ପ୍ରତିକ୍ରିୟାକୁ ନେଇ ଅନେକଥର ଟ୍ରୋଲ ମଧ୍ୟ ହୋଇସାରିଛନ୍ତି । ଅସହିଷ୍ଣୁତା, ଦେଶରେ ରହିବାକୁ ଭୟ ଲାଗିବା, ଅଭିନେତା ଅନୁପମ ଖେରଙ୍କୁ ଜୋକର କହିବା ଭଳି ସେ ଅନେକ ବିବାଦୀୟ ବୟାନ ଦେଇସାରିଛନ୍ତି । ଇତିମଧ୍ୟରେ ତାଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପୁଅ ବିଭାନ ।

ତାଙ୍କୁ ଯେତେବେଳେ ଏକ ସାକ୍ଷାତକାରରେ ପିତାଙ୍କ ଏପରି ବୟାନ ଉପରେ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଥିଲେ ଯେ ତାଙ୍କ ଅନୁଯାୟୀ ସୋସିଆଲ ମିଡିଆରେ ଏପରି ଜବାବକୁ ଟ୍ରୋଲ କରାଯାଏ । ହେଲେ ଏହାକୁ ସହିବାକୁ ପଡିବ । ଗୋଟିଏ କଥା ହେଲା ଯେ ଆମ ଦେଶରେ ଯେଉଁ ନାଗରିକ ଅଛନ୍ତି ସେ ଦେଶ ହିତରେ ସ୍ବର ଉଠାଉଛନ୍ତି । ଆଜିର ସମୟରେ ଆମକୁ ନିଜ କର୍ତ୍ତବ୍ୟ କରିବାକୁ ପଡିବ । ଯାହା ହୃଦୟରେ ଅଛି ତାହା ସବୁବେଳେ କହିବା କଥା । ଯେଉଁ ବିଷୟରେ ଭାବୁଛ ତାହା ବିଷୟରେ ସ୍ବର ଉଠାଇବା କଥା ।

ଖାଲି ଏତିକି ନୁହେଁ ସେ ଆହୁରି କହିଥିଲେ ଯେ ନିଜ ନାମ ପାଇଁ ସେ ହିନ୍ଦୁ-ମୁସଲିମ ଭେଦଭାବରୁ ବଞ୍ଚିଯାଉଛନ୍ତି । କାରଣ ତାଙ୍କ ବିଭାନ ନାମ ସଂସ୍କୃତିରୁ ଆସିଛି । ଯେମିତି ତାଙ୍କ ଭାଇଙ୍କ ନାମ ଇମାମୁଦ୍ଦୀନ । ଯାହା ଏକଦମ ମୁସଲିମ ନାମ । ହେଲେ ତାଙ୍କ ନାମ ଶୁଣିବାରେ ମୁସଲିମ ଲାଗେ ନାହିଁ । ଯାହା ପାଇଁ ତାଙ୍କୁ ଅଧିକ ଡିସ୍କ୍ରିନିନେସନ ସହିବାକୁ ପଡେ ନାହିଁ । ତାଙ୍କୁ ଜୀବନରେ ଅଧିକ ସମସ୍ୟା ହୁଏନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.