ETV Bharat / sitara

ନାଗା-ସାମନ୍ଥା ବିଚ୍ଛେଦକୁ ନେଇ ଏମିତି କହିଲେ ନାଗାର୍ଜୁନ

author img

By

Published : Jan 28, 2022, 9:45 AM IST

ସାଉଥ ସୁପର୍‌ଷ୍ଟାର୍‌ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ଦୁହିଁଙ୍କ ଛାଡପତ୍ର ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି ନାଗା ଚୈତନ୍ୟଙ୍କର ପିତା ତଥା ଜଣାଶୁଣା ଅଭିନେତା ନାଗାର୍ଜୁନ ।

ନାଗା-ସାମନ୍ଥା ବିଚ୍ଛେଦକୁ ନେଇ ଏମିତି କହିଲେ ନାଗାର୍ଜୁନ
ନାଗା-ସାମନ୍ଥା ବିଚ୍ଛେଦକୁ ନେଇ ଏମିତି କହିଲେ ନାଗାର୍ଜୁନ

ମୁମ୍ବାଇ: ସାଉଥ ସୁପର୍‌ଷ୍ଟାର୍‌ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ୪ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡିଛି । ଯାହା ଫ୍ୟାନଙ୍କୁ ସ୍ତବ୍ଧ କରିଦେଇଥିଲା । ଦୁହିଁଙ୍କ ଛାଡପତ୍ର ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି ନାଗା ଚୈତନ୍ୟଙ୍କର ପିତା ତଥା ଜଣାଶୁଣା ଅଭିନେତା ନାଗାର୍ଜୁନ । ସେ କହିଛନ୍ତି ଯେ ଛାଡ଼ପତ୍ର ସାମନ୍ଥା ଚାହୁଁଥିଲେ, ଯେଉଁଥି ପାଇଁ ତାଙ୍କ ପୁଅ ନାଗା ରାଜି ହୋଇଥିଲେ।

ନାଗାର୍ଜୁନ ଆହୁରି କହିଛନ୍ତି, ଦୁହିଁଙ୍କ ମଧ୍ୟରେ ୨୦୨୧ ନୂଆ ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା ଏବଂ ଛାଡ଼ପତ୍ରକୁ ନେଇ ଆମେ ସମସ୍ତେ ଚକିତ ହୋଇଥିଲୁ । ଛାଡ଼ପତ୍ର ପାଇଁ ସାମନ୍ଥାଙ୍କ ତରଫରୁ ପ୍ରଥମେ ଫାଇଲ୍ କରାଯାଇଥିଲା । ସାମନ୍ଥାଙ୍କ ନିଷ୍ପତ୍ତିକୁ ନାଗା ଗ୍ରହଣ ମଧ୍ୟ କରିନେଇଥିଲେ । କିନ୍ତୁ ନାଗା ମୋ ପାଇଁ ବହୁତ ଚିନ୍ତିତ ଥିଲା । ମୁଁ କ’ଣ ଭାବିବି ଏବଂ ପରିବାରର ସମ୍ମାନ ଉପରେ କ’ଣ ପ୍ରଭାବ, ତାକୁ ନେଇ ନାଗା ବହୁତ ଚିନ୍ତାରେ ପଡ଼ିଯାଇଥିଲା । ସେମାନଙ୍କ ମଧ୍ୟରେ ଏପରି କୌଣସି ଅସୁବିଧା ଆସି ନଥିଲା । ସେମାନେ ଏତେ ନିକଟତର ଥିଲେ ଏବଂ ମୁଁ ଜାଣେ ନାହିଁ ଏହା କିପରି ଘଟିଲା ବୋଲି କହିଛନ୍ତି ନାଗାଙ୍କ ପିତା ନାଗାର୍ଜୁନ । ହୁହିଁଙ୍କର ଅଲଗା ହେବା ନିଷ୍ପତ୍ତିରେ ଦୁଃଖ ମଧ୍ୟ ପ୍ରକାଶ କରିଥିଲେ ନାଗାର୍ଜୁନ ।

ଗତବର୍ଷ ଅକ୍ଟୋବର ମାସରେ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ନାଗା ଓ ତାଙ୍କ ପରିବାର ସାମନ୍ଥାଙ୍କୁ ଭରଣପୋଷଣ ବାବଦରେ ୨୦୦ କୋଟି ଟଙ୍କା ଅଫର୍ କରିଥିବା ଖବର ଶୁଣିବାକୁ ମିଳିଥିଲା । ଆଉ ସାମନ୍ଥା ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିବା ମଧ୍ୟ ଜଣାପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.