ଅମୃତସର: ମୁମ୍ବାଇ ସେସନ କୋର୍ଟ କୋରିଓଗ୍ରାଫର ତଥା ନିର୍ମାତା ଫରାହା ଖାନଙ୍କୁ ଗିରଫ ମାମଲାରୁ ଆଶ୍ବସ୍ତି ଦେଇଛି । ତାଙ୍କ ବିରୋଧରେ ଅମୃତସରର ଅଜନାଲା ପୋଲିସ ଷ୍ଟେସନରେ ଧାର୍ମିକ ଭାବନାକୁ ଆଘାତ କରିବାର କେସ ରୁଜୁ ହୋଇଛି । କୋର୍ଟରେ ଉପସ୍ଥିତ ହେବା ପୂର୍ବରୁ ଫରାହାଙ୍କୁ ଗିରଫରୁ ବଞ୍ଚିବା ପାଇଁ 5 ସପ୍ତାହ ପାଇଁ ସାମୟିକ ସୁରକ୍ଷା ଦିଆଯାଇଛି । ତାଙ୍କୁ ଏଥିନିମନ୍ତେ ଏହି ପ୍ରୋଟେକ୍ସନ ଦିଆଯାଇଛି ଯେ ସେ ଅମୃତସର କୋର୍ଟରେ ଆଗାମୀ ଯାଚିକା ଦାୟର କରିବା ପାଇଁ ।
ଫରାହା, ରବୀନା ଟଣ୍ଡନ ଓ କମେଡିଆନ ଭାରତୀ ସିଂଙ୍କ ଉପରେ ଶୋ ‘ବ୍ୟାକବେଞ୍ଚର୍ସ’ରେ କଥିତ ରୂପେ ଏକ ସମୁଦାୟର ଧାର୍ମିକ ଭାବନାକୁ ଆଘାତ କରିବାର ଅଭିଯୋଗ ଲାଗିଥିଲା । ଏହି ତିନି ଷ୍ଟାର ଏହି ଶୋରେ ଈସାଇ ସମୁଦାୟର ଭାବନାକୁ ଅପମାନ କରିଥିଲେ । ତାଙ୍କର ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟମାସ ସନ୍ଧ୍ୟାରେ ପ୍ରସାରିତ ହୋଇଥିଲା ।
ଏହି ମାମଲା ସାମ୍ନାକୁ ଆସିବା ପରେ ରବୀନା ଓ ଫରାହା ଟ୍ବିଟ କରି ସମସ୍ତଙ୍କୁ କ୍ଷମା ମାଗିଥିଲେ । ଫରାହା ଟ୍ବିଟରେ ଲେଖିଥିଲେ, ‘ମୁଁ ଦୁଃଖି ଯେ ମୋ ଶୋର ଏକ ଏପିସୋଡ ଜରିଆରେ କିଛି ଲୋକଙ୍କ ଭାବନାକୁ ଆଘାତ ଲାଗିଛି । ମୁଁ ସବୁ ଧର୍ମର ସମ୍ମାନ କରୁଛି । ଆଉ କୌଣସି ଧର୍ମର ଅପମାନ କରିବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା । ମୋର ପୁରା ଟିମ, ରବୀନା ଟଣ୍ଡନ, ଭାରତୀ ସିଂ ଓ ମୋ ପକ୍ଷରୁ ସମସ୍ତଙ୍କୁ କ୍ଷମା ମାଗୁଛୁ ।’