ETV Bharat / sitara

ସଲମାନଙ୍କ ଘରେ କ୍ରାଇମ ବ୍ରାଞ୍ଚ, ଜଣେ ଗିରଫ

author img

By

Published : Oct 10, 2019, 11:49 AM IST

ସମସ୍ୟା ଘେରରେ ସଲମାନ । ବଙ୍ଗଳାର କେୟାରଟେକରକୁ ଗିରଫ କଲା ପୋଲିସ । ବି-ଟାଉନର ୱାଣ୍ଟେଡଙ୍କ ଘରେ ମିଳିଲା ମୋଷ୍ଟୱାଣ୍ଡେଡ କ୍ରିମିନାଲ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଲାଗୁଛି ସଲମାନ ଖାନଙ୍କ ଜୀବନରୁ କେବେ ସମସ୍ୟା ପିଛା ଛାଡିବ ନାହିଁ । କାରଣ ଗୋଟିଏ ସମସ୍ୟା ଶେଷ ହେଉଛି କି ନାହିଁ ସଙ୍ଗେ ସଙ୍ଗେ ଆଉ ଏକ ସମସ୍ୟା ତାଙ୍କ ଜୀବନରେ ପ୍ରବେଶ କରିବାରେ ଲାଗିଛି । ଏମିତି ହିଁ କିଛି ଦେଖିବାକୁ ମିଳିଛି ଗତ ବୁଧବାର । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ନୈରାଶଜନକ ଖବର। ଆଜ୍ଞା ହଁ, ପୁଣିଥରେ ସଲମାନ ଆଉ ଏକ ମାମଲାରେ ଫଶିଯାଇଛନ୍ତି । ମୁମ୍ବାଇ ପୋଲିସ ବୁଧବାର ତାଙ୍କ ବଙ୍ଗଳାର ଦେଖାଶୁଣା କରୁଥିବା ବ୍ୟକ୍ତିକୁ ଗିରଫ କରିଛି । ପୋଲିସ ପାଖପାଖି 29 ବର୍ଷରୁ ଏହି ବ୍ୟକ୍ତିକୁ ଖୋଜି ଆସୁଥିଲା ।

ପାଖାପାଖି 20 ବର୍ଷ ହେବ ସଲମାନଙ୍କ ବଙ୍ଗଳାର ଦେଖାଶୁଣା କରୁଥିବା ଏହି ବ୍ୟକ୍ତି ମୁମ୍ବାଇ ପୋଲିସର ୱାଣ୍ଟେଡ କ୍ରିମିନାଲ । ପ୍ରକାଶ ଥାଉକି ସଲମାନଙ୍କ ଗୋରାଈ ସ୍ଥିତ ବଙ୍ଗଳାରୁ ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ନାମ ଶକ୍ତି ସିଦ୍ଧେଶ୍ବର ରାଣା । ଯାହା ଉପରେ ଚୋରି, ମାଡପିଟର ଅଭିଯୋଗ ମାମଲା ରୁଜୁ ହୋଇଥିଲା । ସେ ଏହି ମାମଲାରେ ଜାମିନରେ ବାହାରକୁ ଆସିଲା ପରେ ଫେରାର ହୋଇଯାଇଥିଲା ।

ସେପଟେ 62 ବର୍ଷିୟ ଶକ୍ତି, ସଲମାନଙ୍କ ବଙ୍ଗଳାର କେୟାରଟେକର ରୂପେ କାମ କରିବା ସୂଚନା ପୋଲିସକୁ ଜଣେ ଗୁପ୍ତଚର ଦେଇଥିଲା । ଏହାପରେ ପୋଲିସର କ୍ରାଇମ ବ୍ରାଞ୍ଚ ୟୁନିଟ 4 ପୁରା ଯୋଜନା କ୍ରମେ ସଲମାନଙ୍କ ଘରେ ଚଢାଉ କରି ଶକ୍ତିକୁ ଗିରଫ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.