ETV Bharat / sitara

Pornography case: ରାଜକୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ - Raj Kundra

ପର୍ଣ୍ଣୋଗ୍ରାଫି ମାମଲା । ରାଜକୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ ହାଇକୋର୍ଟ । ଅଧିକ ପଢନ୍ତୁ...

Pornography case: ରାଜକୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ

author img

By

Published : Aug 7, 2021, 1:22 PM IST

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପୀ ସେଟ୍ଟୀଙ୍କ ସ୍ବାମୀ ରାଜକୁନ୍ଦ୍ରାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ମୁଖ୍ୟ ମହାନଗର ନିଗମର ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମୁମ୍ବାଇ ହାଇକୋର୍ଟରେ ଏହି ଜାମିନ ଆବେଦନ ହୋଇଥିଲା ।

ତେବେ ରାଜକୁନ୍ଦ୍ରା ଏବଂ ତାଙ୍କ କମ୍ପାନୀର IT ମୁଖ୍ୟ ରିଆନ ଥର୍ପେଙ୍କ ଗିରଫଦାରୀ ଯଥାର୍ଥ ବୋଲି କହିଛନ୍ତି ମୁମ୍ବାଇ ହାଇକୋର୍ଟ । ଜୁଲାଇ ୧୯ ତାରିଖରେ ଗିରଫ ହେବା ପରେ ବର୍ତ୍ତମାନ ରାଜକୁନ୍ଦ୍ରା ନ୍ୟାୟିକ ହେପାଜତରେ ରହିଛନ୍ତି । ଗିରଫ ହେବା ପୂର୍ବରୁ ସେ ଗତ ଜୁନ ୧୧ ତାରିଖରେ ଅନ୍ତରୀଣ ଜାମିନ ପାଇଁ ସେସନ କୋର୍ଟରେ ଆବେଦନ କରିଥିଲେ । ଅଗଷ୍ଟ ୨ ତାରିଖରେ ସେସନ କୋର୍ଟରେ ଶୁଣାଣି ପାଇଁ ଏହି ମାମଲା ଆସିଥିଲା ଏବଂ କୋର୍ଟ ଏହାର ଶୁଣାଣି ଅଗଷ୍ଟ 7 ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ ।

ଗିରଫ ପରେ ସେ ହାଇକୋର୍ଟରେ ଜାମିନ ଆବେଦନ ଖାରଜ କରିଥିଲେ । ଏହି ଆବେଦନକୁ ଆଜି(ଶନିବାର) ହାଇକୋର୍ଟ ଖାରଜ କରିଛନ୍ତି । ତେବେ ସୂଚନା ଥାଉ କି ପର୍ଣ୍ଣୋଗ୍ରାଫି ଫିଲ୍ମ ରାକେଟ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ କୁନ୍ଦ୍ରା ଓ ତାଙ୍କ ଆଇଟି ମୁଖ୍ୟ ରିଆନଙ୍କୁ ଗିରଫ କରିଥିଲା । କୁନ୍ଦ୍ରା ବେଆଇନ ଭାବରେ ଏହି ଅଶ୍ଳୀଳ ଫିଲ୍ମଗୁଡିକୁ ଅଲଗା ଆପ୍‌ରେ ଅପଲୋଡ କରୁଥିଲେ । ଏହି ଆପ ପାଇଁ କୁନ୍ଦ୍ରା ସବସ୍କ୍ରିପସନ ଫି ମାଗୁଥିଲେ ଓ ଏହି ବ୍ୟବସାୟରୁ ସେ ୧.୧୭ କୋଟି ଟଙ୍କା ରୋଜଗାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.