ETV Bharat / sitara

ନିଜ ମିଥ୍ୟା ମୃତ୍ୟୁ ଖବର ମଧ୍ୟରେ ଭଉଣୀଙ୍କୁ ହରାଇଲେ ମୁକେଶ - ମୁକେଶ ଖନ୍ନାଙ୍କ ଭଉଣୀଙ୍କ ଦେହାନ୍ତ

ନିକଟରେ ମୁକେଶଙ୍କ ଭାଇଙ୍କ ଦେହାନ୍ତ ହୋଇଥିଲା । ଆଉ ଏବେ ସେ ଭଉଣୀଙ୍କୁ ମଧ୍ୟ ହରାଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 13, 2021, 11:57 AM IST

ମୁମ୍ବାଇ: କିଛି ଦିନରୁ ସୋସିଆଲ ମିଡିଆରେ ଟିଭିର ଭିଷ୍ମ ପିତାମହ ତଥା ଭେଟେରାନ ଆକ୍ଟର ମୁକେଶ ଖନ୍ନାଙ୍କ ମୃତ୍ୟୁ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାକୁ ଖଣ୍ଡନ କରିଥିଲେ ନିଜେ ଅଭିନେତା । ହେଲେ ଇତିମଧ୍ୟରେ ତାଙ୍କ ପରିବାରରେ ଖେଳିଯାଇଛି ଶୋକ ଛାୟା । କାରଣ ଦୁନିଆ ଛାଡି ଚାଲିଯାଇଛନ୍ତି ତାଙ୍କ ବଡ ଭଉଣୀ କମଲ କପୁର । କୋରୋନା ସଂକ୍ରମିତ ହେତୁ ତାଙ୍କ ମୃତ୍ୟୁ ଘଟିଛି ।

ସେ ଦିଲ୍ଲୀରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁକେଶ ଏହି ଦୁଃଖଦ ଖବରର ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରିଛନ୍ତି। ସେ ଇନଷ୍ଟାଗ୍ରାମରେ ପରିବାର ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଗତକାଲି ମୁଁ ମୋର ମୃତ୍ୟୁର ମିଥ୍ୟା ଖବରର ସତ୍ୟ କହିବା ପାଇଁ ସଂଘର୍ଷ କରିଥିଲି, କିନ୍ତୁ ମୁଁ ଜାଣି ନଥିଲି ଯେ ଏକ ଭୟଙ୍କର ସତ୍ୟ ମୋ ଉପରେ ଘୁରି ବୁଲୁଛି । ଆଜି ମୋର ଏକମାତ୍ର ବଡ଼ ଭଉଣୀ କମଲ କପୁର ଦିଲ୍ଲୀରେ ମୃତ୍ୟୁ ବରଣ କରିଛନ୍ତି, ମୁଁ ତାଙ୍କ ମୃତ୍ୟୁ ପାଇଁ ବହୁତ ଦୁଃଖିତ। 12 ଦିନରେ କୋଭିଡଙ୍କୁ ପରାସ୍ତ କରିବା ପରେ ପୁଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ବାସ୍ତବରେ, ମୁଁ ମୋ ଜୀବନରେ ପ୍ରଥମ ଥର ଏତେ ର୍ଦୁବଳ ଅନୁଭବ କରୁଛି ହୋଇପଡିଛି । ଭଉଣୀଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ।’

ପ୍ରକାଶ ଥାଉକି ଏହାବ୍ୟତୀତ ଏକ ସାକ୍ଷାତକାରରେ ମୁକେଶ କହିଛନ୍ତି, ‘ଶେଷ ପର୍ଯ୍ୟନ୍ତ ଆମେ ଅମ୍ଲଜାନ ଶଯ୍ୟା ବ୍ୟବସ୍ଥା କରିବାରେ ବ୍ୟସ୍ତ ଥିଲୁ ଏବଂ ଏହା ନମିଳିବାକୁ ଭଉଣୀଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଯାହାପରେ ତାଙ୍କର ମୃତ୍ୟୁ ଘଟିଛି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.