ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁରେ ଭାବପ୍ରବଣ ହୋଇ ନୋଟ ଲେଖିଛନ୍ତି ମୁକେଶ ଛାବ୍ରା - ସୁଶାନ୍ତଙ୍କ ମୃତ୍ୟୁରେ ଭାବପ୍ରବଣ

ସ୍ୱର୍ଗତ ଅଭିନେତା ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚରା'ର ନିର୍ଦ୍ଦେଶକ ମୁକେଶ ଛାବ୍ରା ଏକ ଭାବପ୍ରବଣ ପୋଷ୍ଟ ଲେଖି ତାଙ୍କୁ ଅଲବିଦା ଜଣାଇଛନ୍ତି । ଛାବ୍ରା କହିଛନ୍ତି ଯେ, 'ଇଣ୍ତଷ୍ଟ୍ରି ଏକ ନଗୀନା ଖୋ ଦିଆ, ଏସା ନଗୀନା ଜିସ କି ଜଗା କୋଇ ନେହିଁ ଲେ ସକ୍ତା' । ଅଧିକ ପଢନ୍ତୁ...

mukesh chhabra writes note for sushant singh rajput
ସୁଶାନ୍ତଙ୍କ ମୃତ୍ୟୁରେ ଭାବପ୍ରବଣ ହୋଇ ଏକ ନୋଟ ଲେଖିଛନ୍ତି ମୁକେଶ ଛାବ୍ରା
author img

By

Published : Jun 16, 2020, 4:23 PM IST

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା, ଯିଏକି ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ନିର୍ଦ୍ଦେଶକ ଅଟନ୍ତି । ମୁକେଶ ଛାବ୍ରା ଏକ ଭାବପ୍ରବଣ ପୋଷ୍ଟ ଲେଖି ସୁଶାନ୍ତଙ୍କୁ ଅଲବିଦା ଜଣାଇଛନ୍ତି ।

ମୁକେଶ ଟ୍ୱିଟର ମାଧ୍ୟମରେ ସୁଶାନ୍ତଙ୍କ ପ୍ରତି ନିଜର ଭାବନା ପ୍ରକାଶ କରିଛନ୍ତି ଏବଂ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ମୁକେଶ ସୁଶାନ୍ତଙ୍କ ଗାଲରେ କିସ କରୁଥିବାର ଦେଖିବାକୁ ମିଳିଛି ।

ମୁକେଶ ଲେଖିଛନ୍ତି, 'ସୁଶାନ୍ତ ମୋ ଭାଇ ପରି ଥିଲେ, ଏହା ବହୁତ ଦୁଃଖର ବିଷୟ । ସେ ଜଣେ ବହୁତ ବୁଦ୍ଧିମାନ ଏବଂ ଏତେ ପ୍ରତିଭାବାନ ବ୍ୟକ୍ତି ଥିଲେ ଯେ ଶବ୍ଦରେ କହିବା କଷ୍ଟକର । ମୁଁ ତଥାପି ଏହାକୁ ବିଶ୍ବାସ କରିପାରୁ ନାହିଁ ।

ସେ ଆଗକୁ ମଧ୍ୟ ଲେଖିଛନ୍ତି, 'ଇଣ୍ତଷ୍ଟ୍ରି ଏକ ନଗୀନା ଖୋ ଦିଆ, ଏସା ନଗୀନା ଜିସ କି ଜଗା କୋଇ ନେହିଁ ଲେ ସକ୍ତା' । ମୁଁ ଆଶା କରେ ମୋ ଭାଇ ତୁମେ ବର୍ତ୍ତମାନ ଏକ ଭଲ ସ୍ଥାନରେ ଅଛ, ମୁଁ ତୁମକୁ ସବୁବେଳେ ମନେ ରଖିବି । ଲଭ୍ ୟୁ ।

ସୋମବାର ସୁଶାନ୍ତଙ୍କୁ ଭିଲେ ପର୍ଲିର ପୱନ ହନ୍ସ ରେ ଶବଦାହ କରାଯାଇଥିଲା । ଏହି ଅନ୍ତିମ ସଂସ୍କାରରେ ମୁକେଶ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉ କି, ମୁକେଶ, ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ରୋମାଣ୍ଟିକ୍ ଡ୍ରାମା ଚଳଚ୍ଚିତ୍ର ହେଉଛି ଜନ୍ ଗ୍ରୀନ୍ ଙ୍କ ଦ୍ୱାରା ଲିଖିତ ପ୍ରସିଦ୍ଧ ଉପନ୍ୟାସ 'ଦ ଫଲ୍ଟ ଇନ୍ ଆଓ୍ବାର ଷ୍ଟାର୍ସ'ର ଏକ ଆଡପସନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.