ETV Bharat / sitara

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ମୁକେଶ ଭଟ୍ଟଙ୍କ ‘ସଡକ 2’ - ଲାଟେଷ୍ଟ ମନୋରଞ୍ଜନ ଖବର

ବଲିଉଡର ବରିଷ୍ଠ ଫିଲ୍ମମେକର ମହେଶ ଭଟ୍ଟ ଓ ପ୍ରଡ୍ୟୁସର ମୁକେଶ ଭଟ୍ଟ ଏବେ ଅନ୍ୟ ନିର୍ଦ୍ଦେଶକ ଓ ପ୍ରଡ୍ୟୁସରଙ୍କ ଭଳି ଡିଜିଟାଲ ରିଲିଜ ମୁହାଁ । ରବିବାର ମୁକେଶ ଏନେଇ ସବୁଜ ସଙ୍କେତ ଦେଇ କହିଛନ୍ତି କି ଖୁବଶୀଘ୍ର ‘ସଡକ’ର ସିକ୍ବେଲ ‘ସଡକ 2’ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।

sadak 2, sadak 2 to release on ott platform, sadak 2 release, sadak 2 release update, mukesh bhatt, latest entertainment news, latest bollywood news, ସଡକ 2, ଡିଜିଟାଲ ପ୍ଲାଟଫର୍ମରେ ସଡକ 2, ସଡକ 2 ରିଲିଜ, ମୁକେଶ ଭଟ୍ଟ, ସଡକ 2 ରିଲିଜ ଅପଡେଟ, ଲାଟେଷ୍ଟ ମନୋରଞ୍ଜନ ଖବର, ବଲିଉଡ ଲାଟେଷ୍ଟ ନ୍ୟୁଜ୍‌
ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ମୁକେଶ ଭଟ୍ଟଙ୍କ ‘ସଡକ 2’
author img

By

Published : Jun 28, 2020, 10:54 PM IST

ମୁମ୍ବାଇ: ବଲିଉଡର ବରିଷ୍ଠ ଫିଲ୍ମମେକର ମହେଶ ଭଟ୍ଟ ଓ ପ୍ରଡ୍ୟୁସର ମୁକେଶ ଭଟ୍ଟ ଏବେ ଅନ୍ୟ ନିର୍ଦ୍ଦେଶକ ଓ ପ୍ରଡ୍ୟୁସରଙ୍କ ଭଳି ଡିଜିଟାଲ ରିଲିଜ ମୁହାଁ । ଦୁହିଁଙ୍କ ବହୁ ପ୍ରତିକ୍ଷୀତ ‘ସଡକ 2’ ସିଲଭର ସ୍କ୍ରିନରେ ଜୁଲାଇ 10ରେ ରିଲିଜ ହେବାର ଯୋଜନା ରହିଥିଲା । ହେଲେ କୋରୋନା ସଂକ୍ରମଣ ପ୍ରଭାବରେ ସିନେମା ହଲ ଆଦି ଖୋଲିବାର କୌଣସି ସ୍ପଷ୍ଟ ସୂଚନା ନଥିବାରୁ ଉପାୟଶୂନ୍ୟ ହୋଇ ଡିଜିଟାଲ ରିଲିଜ ପାଇଁ ମନ ବଳାଇଛନ୍ତି ଭଟ୍ଟ ବ୍ରଦର୍ସ ।

ରବିବାର ମୁକେଶ ଏନେଇ ସବୁଜ ସଙ୍କେତ ଦେଇ କହିଛନ୍ତି କି ଖୁବଶୀଘ୍ର ‘ସଡକ’ର ସିକ୍ବେଲ ‘ସଡକ 2’ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ଏହି ଫିଲ୍ମକୁ ନେଇ ଅନେକ ଆଶା ରହିଥିବା ବେଳେ ଏହାର ଷ୍ଟାର କାଷ୍ଟରେ ସଡକ ଫେମ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ସମେତ ଆଲିୟା ଭଟ୍ଟ ଓ ଆଦିତ୍ୟ ରୟ କପୁରଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ବିଶେଷ ଫିଲ୍ମସ ଓ ଫକ୍ସ ଷ୍ଟାର ଷ୍ଟୁଡିଓର ମିଳିତ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଛି ।

ତେବେ ମୁକେଶ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ବର୍ତ୍ତମାନ ଦିନକୁ ଦିନ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ବେଳେ ଏପରି ସ୍ଥିତିରେ ଥିଏଟର ଖୋଲିବାର ଆଶା ବହୁତ କମ୍‌ । ଆଉ ଯଦି ବି ଥିଏଟର ଖୋଲେ ଆଉ ସେଠାରେ ‘ସଡକ 2’ ରିଲିଜ କରାଯାଏ ତାହେଲେ କ’ଣ ଲୋକେ ଦେଖିବା ପାଇଁ ଆସିବେ ? ତେଣୁ ଲୋକଙ୍କ ଓ ସେମାନଙ୍କ ପରିବାର ସୁରକ୍ଷାକୁ ନଜରରେ ରଖି ଫିଲ୍ମକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଡିଜିଟାଲ ପ୍ଲାଟଫର୍ମକୁ ନେଇ ମୁକେଶ ମଧ୍ୟ ସାମାନ୍ୟ ସଙ୍କୁଚିତ ମନେ କରୁଥିବା ବେଳେ ବର୍ତ୍ତମାନ ସମୟରେ ଏହାଠାରୁ ଭଳ ଅନ୍ୟ କିଛି ଉପାୟ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି ଦର୍ଶକ ନିଶ୍ଚିତ ବଡ ପରଦାରେ ଫିଲ୍ମ ଦେଖାର ଅନୁଭୂତିକୁ ଅଧିକ ପସନ୍ଦ କରିବେ । ଡିଜିଟାଲ ପ୍ଲାଟଫର୍ମ ଏକ ଅସ୍ଥାୟୀ ମାଧ୍ୟମ ମାତ୍ର । ଲୋକେ ବାହାରେ ବୁଲିବା ପସନ୍ଦ କରୁଥିବା ବେଳେ ବଡ ପରଦାରେ ଫିଲ୍ମ ଦେଖିବା ସେମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଏ । ତେଣୁ କୌଣସି ମାଧ୍ୟମକୁ ନିଚ୍ଚା ନଦେଖାଇ ଉଭୟେ ଉଭୟକୁ ଆଗକୁ ବଢିବାରେ ସାହାଯ୍ୟ କରିବା ଦରକାର ।

ସେପଟେ ଫିଲ୍ମର ଶୁଟିଂ ମାତ୍ର 2 ଦିନ ବାକି ରହିଥିବା ବେଳେ ଏହା ଜୁଲାଇ ମାସରେ ପୁଣି ଆରମ୍ଭ ହେବ । ଏଥିସହ ଫିଲ୍ମର ପୋଷ୍ଟ ପ୍ରଡକ୍ସନ ମଧ୍ୟ ୟୋଜନା ମୁତାବକ ଜୋରସୋରରେ ଚାଲିଥିବା ନେଇ ମୁକେଶ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.