ETV Bharat / sitara

ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ କୋରୋନା, ସାମାନ୍ୟ ଲକ୍ଷଣ ଚିହ୍ନଟ

author img

By

Published : Jan 1, 2022, 6:57 PM IST

ବଲିଉଡ଼ ଅଭିନେତ୍ରୀ ମୃଣାଳ ଠାକୁର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ତାଙ୍କୁ ସାମାନ୍ୟ କୋରୋନା ଲକ୍ଷଣ ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ କୋରୋନା, ସାମାନ୍ୟ ଲକ୍ଷଣ ଚିହ୍ନଟ
ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ କୋରୋନା, ସାମାନ୍ୟ ଲକ୍ଷଣ ଚିହ୍ନଟ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମୃଣାଳ ଠାକୁର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ସେ ସୂଚନା ଦେଇଛନ୍ତି । ମୃଣାଳ ଗତ କିଛି ଦିନ ଧରି 'Jersey' ଫିଲ୍ମର ପ୍ରମୋସନାଲ କାର୍ଯ୍ୟକଳାପରେ କୋ-ଷ୍ଟାର ଶାହିଦ କପୁରଙ୍କ ସହିତ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଥିଲା ।

ମୃଣାଳ କୋରୋନା ପଜିଟିଭ ଥିବା ନେଇ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଥିଲେ । ତେବେ ତାଙ୍କ ଶରୀରରେ କୋରୋନାର ଅଳ୍ପ କିଛି ଲକ୍ଷଣ ଦେଖାଦେଇଛି । ଏଥିଲାଗି ସେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି । ତେବେ ବର୍ତ୍ତମାନ ସେ ଠିକ ଥିବାବେଳେ କୋରୋନାର ସମସ୍ତ ନିୟମ ମାନି ଚଳୁଥିବା କହିଛନ୍ତି । ଏହାସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ କୋରୋନା ପରୀକ୍ଷା କରିନେବା ନେଇ ଅନୁରୋଧ କରିଛନ୍ତି ।

କୋରୋନାରେ ଆକ୍ରାନ୍ତ ନେଇ ମୃଣାଳଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଏହା ବି ପଢନ୍ତୁ: RRR Postponed: ଜାନୁଆରୀ ୭ରେ ରିଲିଜ୍ ହେବନି ମେଗା ବଜେଟ୍ ଫିଲ୍ମ

ମୃଣାଳ ନିଜର ଆଗାମୀ ଫିଲ୍ମ 'ଜର୍ସି'ର ରିଲିଜକୁ ଅପେକ୍ଷା କରିଛନ୍ତି । ଏଥିରେ ଅଭିନେତା ଶାହିଦ କପୁର କ୍ରିକେଟର ଭୂମିକାରେ ଅଭିନୟ କରିଛନ୍ତି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ପରେ ଏହି ଫିଲ୍ମର ରିଲିଜ ତାରିଖକୁ ଏବେ ଘୁଞ୍ଚାଇ ଦିଆଯାଇଛି । ଫିଲ୍ମଟି ଡିସେମ୍ବର ୩୧ ତାରିଖରେ ରିଲିଜ ହେବାର ଯୋଜନା ରହିଥିଲା ।

ତେବେ ସୂଚନା ଥାଉ କି ଫିଲ୍ମରେ ଗୌତମ ତିନ୍ନାନୁରି ନିର୍ଦ୍ଦେଶନା ଦେଇଥିବାବେଳେ ଏହା ହେଉଛି ତେଲୁଗୁ ଫିଲ୍ମର ରିମେକ୍‌ । ତେଲୁଗୁ ଭାଷାରେ ମଧ୍ୟ ଫିଲ୍ମଟି ସମାନ ନାମରେ ରିଲିଜ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.