ETV Bharat / sitara

ଅମ୍ଫାନ ପ୍ରଭାବିତ ଅଞ୍ଚଳରେ ନୁସରତ୍, ବୁଝିଲେ ଲୋକଙ୍କ ଦୁଃଖ - ବଙ୍ଗୀୟ ଅଭିନେତ୍ରୀ ନୁସରତଙ୍କ ନୂଆ ଫଟୋ ଭଇରାଲ

ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ପୁଣି ଚର୍ଚ୍ଚାରେ ବଙ୍ଗୀୟ ଅଭିନେତ୍ରୀ ନୁସରତ। ଏଥର ସେ ଅମ୍ଫାନ ପ୍ରଭାବିତ ଲୋକଙ୍କୁ ସାକ୍ଷାତ କରିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଜାହଁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଜାହଁ
author img

By

Published : May 23, 2020, 5:31 PM IST

ମୁମ୍ବାଇ: ବର୍ତ୍ତମାନ ପୁରା ବିଶ୍ବ କୋରୋନା ମହାମାରୀରେ ଛଟପଟ ହେଉଛି । ଅନେକ ଲୋକଙ୍କ ଏହି ସଂକ୍ରମଣରେ ପ୍ରାଣ ହରାଇଲେଣି । ଏହାକୁ ଆଧାର କରି ଦେଶରେ ବର୍ତ୍ତମାନ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଛି। ସେପଟେ ଗତ 20 ତାରିଖରେ ପଶ୍ଚିମବଙ୍ଗରରେ ବାତ୍ୟା ଅମ୍ଫାନର ତାଣ୍ଡବ ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ବଙ୍ଗୀୟ ଅଭିନେତ୍ରୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ ତାଙ୍କ ନିର୍ବାଚନମଣ୍ଡଳୀରେ ଲୋକଙ୍କ ହାଲଚାଲ ଜାଣିବାକୁ ପହଞ୍ଚିଥିଲା।

ସେଠାରେ ସେ ଲୋକଙ୍କ ସହ କଥାବାର୍ତ୍ତା କରିବା ସହ ଅଞ୍ଚଳର ସମୀକ୍ଷା ମଧ୍ୟ କରିଥିଲେ । ଯାହାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ନିଜର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ନୁସରତ କ୍ୟାପସନରେ ଲେଖିଛନ୍ତି, 'ମୁଁ ବାସୀରହାଟ ନିର୍ବାଚନମଣ୍ଡଳୀରେ ପ୍ରଭାବିତ ଅଞ୍ଚଳକୁ ଯାଇଥିଲି। ଲୋକଙ୍କୁ ଭେଟି ସେମାନଙ୍କୁ ମିନାଖାନ ଏବଂ ହାରୋଆ ଆଶ୍ରୟ ଗୃହକୁ ପଠାଇଲେ| ଆମେ ସମସ୍ତେ ପ୍ରଭାବିତ ଲୋକଙ୍କ ସାଥିରେ ଅଛୁ। '

ପ୍ରକାଶ ଥାଉକି ବାତ୍ୟା ଅମ୍ଫାନର ତାଣ୍ଡବ ଦେଖିବାକୁ ମିଳିଥିଲା। ରାଜ୍ୟର ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଛି। ଯାହାକୁ ନେଇ ଚିନ୍ତିତ ସେଲିବ୍ରିଟି। ବି-ଟାଉନର ଅନେକ ସେଲିବ୍ରିଟି ଟ୍ବିଟ କରି ନିଜ ଦୁଃଖ ପ୍ରକାଶ କରିସାରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଶାହରୁଖ ଖାନ, କରୀନା କପୁର ଖାନ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.