ETV Bharat / sitara

Mouni Roy Wedding: ସୁରଜଙ୍କ ସହ ପଡିଲା ନାଗିନଙ୍କ ହାତଗଣ୍ଠି

author img

By

Published : Jan 27, 2022, 1:50 PM IST

ବିବାହ ବନ୍ଧନରେ ବାନ୍ଧି ହେଲେ ନାଗିନ ଷ୍ଟାର ମୌନି ରଏ । ସୋସିଆଲ ମିଡ଼ିଆରେ ବ୍ରାଇଡାଲ ଲୁକ୍‌ ହେଉଛି ଭାଇରାଲ । ଅଧିକ ପଢନ୍ତୁ

Mouni Roy Wedding: ବଏଫ୍ରେଣ୍ଡ ସୁରଜଙ୍କ ସହ ପଡିଲା ହାତଗଣ୍ଠି

ନୂଆଦିଲ୍ଲୀ: ଟିଭି ଇଣ୍ଡଷ୍ଟ୍ରିର ନାଗିନ୍‌ ମୌନି ରଏ ଆଜି(ଗୁରୁବାର) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଏଫ୍ରେଣ୍ଡ ସୁରଜ ନାମ୍ବିୟାରଙ୍କୁ ସେ ସାତ ଜନ୍ମର ସାଥୀ କରିଛନ୍ତି । ଗୋଆଠାରେ ମଲାୟାଲୀ ପରମ୍ପରା ଅନୁସାରେ ସେ ଡ୍ରିମି ୱେଡିଙ୍ଗ କରିଥିବା ଜଣାପଡ଼ିଛି । ବିବାହ ସମୟର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ମୌନି ହିନ୍ଦୁ ବଙ୍ଗାଳୀ ପରିବାରରୁ ଆସିଥିବା ବେଳେ ସେ ଏକ ଧଳା ଓ ନାଲି ରଙ୍ଗର ଶାଢୀ ପିନ୍ଧିଛନ୍ତି । ଏହାସହିତ ସେ ସୁନା ଅଳଙ୍କାର ପିନ୍ଧିଥିବା ଦେଖିବାକୁ ମିଳିଛି । ଅଳଙ୍କାର ମଧ୍ୟରେ ସେ ମଥାପଟ୍ଟି, ଚୁ଼ଡ଼ି, ହେଭି କାନଫୁଲ ଓ ବ୍ରାଇଡ଼ାଲ ଚୋକର, କମରବନ୍ଧ ଓ ଗଣପତି ଷ୍ଟାଇଲର ପେଣ୍ଡେଟ୍‌ ପିନ୍ଧିଛନ୍ତି । ଏହାସହିତ ମୌନି ଲମ୍ବା ବେଣୀ ହେୟାରଷ୍ଟାଇଲ କରି ସେଥିରେ ଗଜରା ପିନ୍ଧିଛନ୍ତି । ଅନ୍ୟପଟେ ସୁରଜ ମାଲାୟାଲି ପରିବାରର ହୋଇଥିବା ବେଳେ ବାଦାମୀ ରଙ୍ଗର କୁର୍ତ୍ତା ଓ ଧୋତି ପିନ୍ଧିଛନ୍ତି ।

ଏହା ବି ପଢନ୍ତୁ: ପରଲୋକରେ ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି, ଶୋକପ୍ରକାଶ କଲେ ମୋଦି

ଏହି ବିବାହ ଉତ୍ସବରେ ଉଭୟ ପରିବାରର ଅଳ୍ପ କିଛି ଅତିଥି ସାମିଲ ରହିଛନ୍ତି । ମୌନିଙ୍କ ବିବାହରେ ସେଲିବ୍ରିଟିଙ୍କ ମଧ୍ୟରୁ ଅର୍ଜୁନ ବିଜଲାନୀ, ମନ୍ଦିରା ବେଦୀ, ମନମିତ ସିଂ, ମିଟ ବ୍ରୋଜ ବ୍ରଦର୍ସ, ଆସ୍କା ଗୋରିଡ଼ିଆ ପ୍ରମୁଖ ସାମିଲ ରହିଥିଲେ । ବିବାହ ପରେ ମୌନି ହବି ସୁରଜଙ୍କ ସହିତ କିଛି ଫଟୋ ସେୟାର କରିଛନ୍ତି । ମନ୍ଦିରା ବେଦୀ ମଧ୍ୟ ନିଜ ସୋସିଆଲ ମିଡ଼ିଆରେ କିଛି ଫଟୋ ସେୟାର କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.