ETV Bharat / sitara

'ବ୍ରହ୍ମାସ୍ତ୍ର'କୁ ନେଇ ମୁହଁ ଖୋଲିଲେ ନାଗିନ

ବର୍ତ୍ତମାନ ମଲ୍ଟି ଷ୍ଟାରର ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂ ଖୁବ୍ ଜୋରସୋରରେ ଚାଲିଛି । ଫିଲ୍ମରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରାୟ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

author img

By

Published : Jun 20, 2019, 9:53 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ମୌନୀ ରାୟ

ମୁମ୍ବାଇ: ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ବହୁଚର୍ଚ୍ଚିତ ଫିଲ୍ମ 'ବ୍ରହ୍ମାସ୍ତ୍ର' ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଆସୁଛି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏଥିପାଇଁ ଉତ୍ସାହ ଅଛି କାରଣ ପ୍ରଥମଥର ହ୍ୟାଣ୍ଡସମ ଅଭିନେତା ରଣବୀର କପୁର ଓ ଆଲିୟା ଭଟ୍ଟଙ୍କୁ ଏକାଠି ପରଦାରେ ଦେଖିବେ । ଅନ୍ୟପଟେ 'ବ୍ରହ୍ମାସ୍ତ୍ର'ରେ ଟେଲି ଜଗତର ଫେମସ ଅଭିନେତ୍ରୀ ମୌନୀ ରାୟ ମଧ୍ୟ ନଜର ଆସିବେ ।

photo

ମୌନିଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକା ମିଳିବାରୁ ସେ ଖୁବ୍ ଖୁସି ଅଛନ୍ତି । ଫିଲ୍ମରେ ଦର୍ଶକ ମୌନୀଙ୍କୁ ନେଗେଟିଭ ଭୂମିକାରେ ଦେଖିବେ । ସେ ଫିଲ୍ମରେ ଭିଲେନ ସାଜିଛନ୍ତି ।

ନିକଟରେ ସେ ଏକ ସାକ୍ଷାତକାରେ କହିଥିଲେ କି ଫିଲ୍ମରେ ସେ ଭିଲେନ ଭୂମିକାରେ ଅଭିନୟ କରୁଛନ୍ତି । ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି । ଭିନ୍ନ ପ୍ରକାରର ଭୂମିକାରେ ଅଭିନୟ କରିବାରୁ ନୂଆ ଚ୍ୟାଲେଞ୍ଜ ମିଳିଥାଏ । ଯାହା ତାଙ୍କ ପାଇଁ ବହୁତ ଭଲ । ଆରମ୍ଭରେ ତାଙ୍କୁ ବିଶ୍ବାସ ହୋଇନଥିଲା କି ମେକର୍ସ ଚାହୁଁଛନ୍ତି ସେ ଫିଲ୍ମରେ ନେଗେଟିଭ ଭୂମିକାରେ ଅଭିନୟ କରନ୍ତୁ ବୋଲି ।

ନିର୍ଦ୍ଦେଶକ ଅୟାନ ନାଗିନରେ କିଛି ଏମିତି ଦେଖିଛନ୍ତି । ଯାହାଦ୍ବାରା ତାଙ୍କୁ ଅନୁଭବ ହୋଇଥିଲା କି ସେ ହିଁ ଫିଲ୍ମରେ ଭଲ ଭିଲେନ ରୋଲ କରିପାରିବେ । ତେଣୁ ଏହିକଥାରୁ ସାବ୍ୟସ୍ତ ହେଉଛି ଯେ କେତେବେଳେ କଣ ହୋଇଯିବ କାହାରିକୁ ଜଣାନଥାଏ । ଜଣେ ଅଭିନେତ୍ରୀ ରୂପେ ଆପଣଙ୍କୁ ଏକ୍ସପେରିମେଣ୍ଟ କରିବା କଥା । ନହେଲେ ନା ଆପଣ କିଛି ଶିଖିପାରିବେ ନା ଆଗକୁ ବଢିପାରିବେ ବୋଲି କହିଛନ୍ତି ମୌନୀ ।

ପ୍ରକାଶ ଥାଉକି 'ବ୍ରାହ୍ମସ୍ତ୍ର'ରେ ରଣବୀର, ଆଲିୟା ଓ ମୌନୀଙ୍କ ବ୍ୟତୀତ ମହାନାୟକ ଅମିତାଭ ବଚ୍ଚନ, ଡିମ୍ପଲ କାପାଡିୟା ଓ ନଗାର୍ଜୁନ ମଧ୍ୟ ମୂଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.