ହାଇଦ୍ରାବାଦ: ଟିଭି ଅଭିନେତ୍ରୀ ମୋନି ରୟ ସ୍ବାମୀ ସୁରଜ ନାମ୍ବିଆରଙ୍କ ସହ ହନିମୁନ୍ ଏନଜୟ କରୁଛନ୍ତି। ସେ ସ୍ବାମୀଙ୍କ ସହ କାଶ୍ମୀରରେ ବୁଲୁଛନ୍ତି। ଏହା ସହିତ ଫ୍ୟାନ୍ସଙ୍କ ପାଇଁ ତାଙ୍କର ସୁନ୍ଦର ଏବଂ ବୋଲ୍ଡ ଫଟୋ ସେୟାର କରୁଛନ୍ତି । ଏଥର ମୋନି ଗୁରୁବାର (ଫେବୃଆରୀ 10) ହନିମୁନ୍ରୁ ଏଭଳି କିଛି ଫଟୋ ସେୟାର କରିଛନ୍ତି, ଯାହା କଶ୍ମୀର ସହିତ ସୋସିଆଲ ମିଡିଆର ପାରା ବଢାଉଛି।
କଶ୍ମୀରର ଶୀତରେ ମୋନି ଏକ କଳା ମୋନୋକନି ପିନ୍ଧି ଫଟୋ ଉଠାଇଛନ୍ତି । ବର୍ତ୍ତମାନ ସେହି ଫଟୋଗୁଡ଼ିକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ପ୍ରଶଂସକଙ୍କଠୁ ପ୍ରଶଂସା ଲୁଟୁଛନ୍ତି । ଏହି ଫଟୋଗୁଡ଼ିକୁ ସେୟାର କରି ମୋନି ରୟ ହୃଦୟ ଜିତିବା ଭଳି କ୍ୟାପସନ୍ ଦେଇଛନ୍ତି । ମୁନି ଏହି ଫଟୋରେ ଲେଖିଛନ୍ତି, 'ବେବି ବାହାରେସ ତ ବହୁତ ଥଣ୍ଡା' ।
ଇନଷ୍ଟାଗ୍ରାମର ଅନ୍ୟ ଏକ ଫୋଲ୍ଡରରେ ଫଟୋ ସେୟାର କରି ମୋନି ରୟ ଲେଖିଛନ୍ତି, 'ଯଦି କିସ୍ ତୁଷାରପାତ ଭଳି ହୋଇଥାନ୍ତା, ମୁଁ ତୁମକୁ ବରଫ ଝଡ଼ ପଠାଇଥାନ୍ତି' ।
ବର୍ତ୍ତମାନ ଯେତେବେଳେ ଏହି ଫଟୋଗୁଡ଼ିକ ମୋନି ରୟଙ୍କ ପ୍ରଶଂସକଙ୍କ ଆଖିରେ ଆସିଛି, ସେମାନେ ବି କେମିତି ପ୍ରଶଂସା ନକରି ରହିପାରିବେ। ମୋନି ରୟଙ୍କର ଅନେକ ପ୍ରଶଂସକ, ଏହି ପଟୋରେ କିଛି ଲେଖିବା ପରିବର୍ତ୍ତେ, ଅଗ୍ନି ଇମୋଜି ସେୟାର କରି କହିଛନ୍ତି ଯେ ସେ ହଟ ଦେଖାଯାଉଛନ୍ତି ।
ମୋନି ରୟ ଦୀର୍ଘ ଦିନର ପ୍ରେମିକ ଏବଂ ଦୁବାଇର ବ୍ୟବସାୟୀ ସୁରଜ ନାମ୍ବିଆରଙ୍କୁ 27 ଜାନୁଆରୀରେ ବିବାହ କରିଥିଲେ । ମୋନି 27 ଜାନୁଆରୀରେ ମାଲାୟାଲୀ ଏବଂ ବଙ୍ଗାଳୀ ରୀତିନୀତିରେ ସୁରଜଙ୍କୁ ବିବାହ କରିଥିଲେ। ମୋନିଙ୍କ ବିବାହରେ କେବଳ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ ଥିଲେ, କିନ୍ତୁ ଏହି ଦମ୍ପତିଙ୍କୁ ଫିଲ୍ମ ଜଗତରୁ ଅନେକ ଶୁଭେଚ୍ଛା ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ