ETV Bharat / sitara

‘କେଜିଏଫ 2’ର ଦମଦାର ଟିଜର ରିଲିଜ

author img

By

Published : Jan 8, 2021, 7:32 AM IST

ପରିଶେଷରେ ରିଲିଜ ହୋଇଯାଇଛି ‘କେଜିଏଫ 2’ର ଟିଜର । 2018ରେ ରିଲିଜ ହୋଇଥିବା ଏହାର ପ୍ରଥମ ଭାଗ ‘କେଜିଏଫ’ ବକ୍ସ ଅଫିସରେ ସାଜିଥିଲା ବ୍ଲକବଷ୍ଟର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟଶ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟଶ

ମୁମ୍ବାଇ: ବହୁ ପ୍ରତିକ୍ଷିତ ଫିଲ୍ମ ‘କେଜିଏଫ 2’ର ଜବରଦସ୍ତ ଟିଜର ରିଲିଜ ହୋଇଯାଇଛି । ତାମିଲ ସୁପରଷ୍ଟାର ୟଶ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମର ଟିଜର ଦେଖିବାକୁ ଦୀର୍ଘ ସମୟରୁ ବ୍ୟାକୁଳ ଥିବା ଦର୍ଶକଙ୍କୁ ମିଳିଛି ଶାନ୍ତି । ଆଜି ୟଶଙ୍କ 35ତମ ଜନ୍ମଦିନ । ଏହି ଅବସରରେ ‘କେଜିଏଫ’ ମେକର୍ସ ଟିଜର ରିଲିଜ କରି ସମସ୍ତଙ୍କୁ ବଡ ସରପ୍ରାଇଜ ଦେଇଛନ୍ତି । ଟିଜର ଗୁରୁବାର ରିଲିଜ କରାଯାଇଥିଲା । ହେଲେ ମେକର୍ସ ଘୋଷଣା କରିଥିଲେ ଯେ ୟଶଙ୍କ ଜନ୍ମଦିନ ତଥା ଜାନୁଆରୀ 8ରେ ଏହାକୁ ରିଲିଜ କରିବେ । ସେ ଯାହା ବି ହେଉ ଫିଲ୍ମର ଟିଜର ଦେଖି ସମସ୍ତେ ବର୍ତ୍ତମାନ ଖୁସି ଅଛନ୍ତି ।

ସେପଟେ ଟିଜର ରିଲିଜ କରି ପ୍ରଡକ୍ସନ ହାଉସ ଏକ୍ସେଲ ଏଣ୍ଟରଟେନମେଣ୍ଟ ପକ୍ଷରୁ ଲେଖାଯାଇଛି, ‘ଗୋଟିଏ ପ୍ରତିଜ୍ଞା ଯାହା କରାଯାଇଥିଲା, ବର୍ତ୍ତମାନ ତାହାକୁ ପୂରଣ କରାଯାଉଛି । ରଙ୍କିଂ ଷ୍ଟାରଙ୍କୁ ଜନ୍ମଦିନର ଶୁଭେଚ୍ଛା । #କେଜିଏଫ2ଟିଜର । ’

ଫିଲ୍ମର ଏହି ଦମଦାର ଟିଜରରେ ଦେଖିବାକୁ ମିଳୁଛି ୟଶଙ୍କଠୁ ନେଇ ସଞ୍ଜୟଙ୍କ ଶାନଦାର ଅବତାର । ସେହିପରି ରବୀନା ଟଣ୍ଡନ ମଧ୍ୟ ନଜର ଆସୁଛନ୍ତି। ପ୍ରଥମଥର ୟଶଙ୍କ ସହ ଭିଲେନ ହୋଇ ପରଦାରେ ଲଢିବେ ସଞ୍ଜୟ । ଆପଣ ବି ଦେଖନ୍ତୁ ଆକ୍ସନ, ଥ୍ରିଲରଭରା ଏହି ଟିଜର...

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି 2018ରେ ରିଲିଜ ହୋଇଥିବା ‘କେଜିଏଫ ଚାପ୍ଟର 1’ର ଦ୍ବିତୀୟ ଭାଗ ‘କେଜିଏଫ ଚାପ୍ଟର 2’ । ପ୍ରଥମ ଫିଲ୍ମର ସଫଳତା ପରେ ଦର୍ଶକ ଏହାର ଦ୍ବିତୀୟ ଭାଗ ଦେଖିବାକୁ ନେଇ ଦୀର୍ଘ ସମୟରୁ ଉତ୍ସାହିତ ଅଛନ୍ତି । ଏବର୍ଷ ଫିଲ୍ମର ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.