ହାଇଦ୍ରାବାଦ: ଅଭିଷେକ ବଚ୍ଚନ ମନେ ପକାଇଛନ୍ତି ସେଇ କଳାଧଳା ଯୁଗର ପୁରୁଣା ଦିନକୁ । ଇନଷ୍ଟାଗ୍ରାମରେ ନିଜ ବାପା ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଛୋଟବେଳର ଫଟୋ କରିଛନ୍ତି ସେୟାର । 'ଫ୍ଲାସବ୍ୟାକ ଫ୍ରାଇଡେ' ଲେଖି ଫଟୋକୁ ଅପଲୋଡ କରିଛନ୍ତି ।
ଏହି ଫଟୋରେ ଅମିତାଭ ସାଧାସିଧା ପୋଷାକ ସହ ଆଖିରେ କଳା ଚଷମା ଲଗାଇଛନ୍ତି ଓ ଛୋଟ ଅଭିଷେକ ତାଙ୍କ ଆଗରେ ଠିଆ ହୋଇଛନ୍ତି । ଫଟୋଟିକୁ ଦେଖିଲେ ମନେ ହେଉଛି ଏହା କୌଣସି ଏକ କାର୍ଯ୍ୟକ୍ରମର ।
ତେବେ ଅମିତାଭ ଏବେ ଫିଲ୍ମ ବ୍ରହ୍ମାସ୍ତ୍ରର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅୟାନ ମୁଖାର୍ଜି ଦେଇଥିବାବେଳା ସହକଳାକାର ଭାବେ ଆଲିଆ ଭଟ୍ଟ ଓ ରଣବୀର କପୁର ରହିଛନ୍ତି । ଅନ୍ୟପକ୍ଷେ ଅଭିଷେକ ଶେଷ ଥର ପାଇଁ ମନମର୍ଜିୟାଁରେ ତାପସୀ ପନ୍ନୁ ଓ ଭିକି କୌଶଲଙ୍କ ସହ ନଜର ଆସିଥିଲେ ।