ହାଇଦ୍ରାବାଦ: ବଲିଉଡ ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଲା ଗୁଡ ନ୍ୟୁଜ । ନିକଟରେ, ମିଥୁନଙ୍କୁ କୋରୋନା ହେବାର ଖବର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିଲା । କିନ୍ତୁ ଏବେ ମିଥୁନଙ୍କ ପରିବାର ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି ।
ମିଥୁନ ଦା’ଙ୍କର ମ୍ୟାନେଜର ବିଜୟ କହିଛନ୍ତି ଯେ, ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ।
-
The news of #MithunChakraborty testing positive for #COVID19 is incorrect. The veteran actor is healthy and cleared the rumour, “After an extensive campaigning for more than a month, I am enjoying my holiday with my favourite food Beuli Dal and Aloo Posto.” pic.twitter.com/thaJAg9Mrn
— Filmfare (@filmfare) April 27, 2021 " class="align-text-top noRightClick twitterSection" data="
">The news of #MithunChakraborty testing positive for #COVID19 is incorrect. The veteran actor is healthy and cleared the rumour, “After an extensive campaigning for more than a month, I am enjoying my holiday with my favourite food Beuli Dal and Aloo Posto.” pic.twitter.com/thaJAg9Mrn
— Filmfare (@filmfare) April 27, 2021The news of #MithunChakraborty testing positive for #COVID19 is incorrect. The veteran actor is healthy and cleared the rumour, “After an extensive campaigning for more than a month, I am enjoying my holiday with my favourite food Beuli Dal and Aloo Posto.” pic.twitter.com/thaJAg9Mrn
— Filmfare (@filmfare) April 27, 2021
ମିଥୁନଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ କହିଛନ୍ତି ଯେ, "ଏହି ଖବର କେଉଁଠୁ ଆସୁଛି ଜଣାନାହିଁ ଏବଂ ତାଙ୍କ ବିଷୟରେ ଏଭଳି ମିଥ୍ୟା ଖବର କିଏ ପ୍ରସାର କରୁଛି ତାହା ମଧ୍ୟ ଜଣା ନାହିଁ । କିନ୍ତୁ, ଏହି କୋରୋନା ଖବର ସମ୍ପୂର୍ଣ୍ଣ ମିଥ୍ୟା । ଲୋକମାନେ ଏହି ପ୍ରକାରର ଗୁଜବ ପ୍ରଚାର କରିବା ଠିକ ନୁହେଁ" ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ, ମିଥୁନ ଦା "ଦ କାଶ୍ମୀର ଫାଇଲ୍ସ" ରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ