ETV Bharat / sitara

ପରଦାରେ ଡିସ୍କୋ ଡାନ୍ସରଙ୍କ ସାନ ପୁଅ

ଖୁବ୍ ଶୀଘ୍ର ବଲିଉଡରେ ମିଥୁନ ଦାଦାଙ୍କ ସାନ ପୁଅ ନାମଶୀ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ 'ବ୍ୟାଡ ବୟ' ଜରିଆରେ ସେ ବଲିଉଡରେ ପଦାର୍ପଣ କରିବେ ।

author img

By

Published : May 19, 2019, 4:38 AM IST

ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ଓ ଯୋଗିତା ବାଲିଙ୍କ ବଡ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ବଲିଉଡରେ କିଛି କମାଲ ଦେଖାଇପାରିଲେ ନାହିଁ । କିନ୍ତୁ ଏବେ ତାଙ୍କ ସାନ ପୁଅ ନାମଶୀ ଚକ୍ରବର୍ତ୍ତୀ ଫିଲ୍ମ ପରଦାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ପ୍ରସ୍ତୁତି ହୋଇସାରିଲେଣି । ନମାଶୀ ଫିଲ୍ମ 'ବ୍ୟାଡ ବୟ'ର ସୁଟିଂ ଶୁକ୍ରବାରରୁ ବେଙ୍ଗାଲୁରରେ ଆରମ୍ଭ କରିସାରିଛନ୍ତି ।

'ବ୍ୟାଡ ବୟ'ରେ ସେ ବ୍ୟାଡ ନୁହେଁ ବରଂ ଗୁଡ ଅବତାରରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ସନ୍ତୋଷୀ । ଫିଲ୍ମରେ ଆଉ ଏକ ନୂଆ ଚେହେରା ଦେଖିବାକୁ ମିଳିବ । ଆମରୀନ କୁରୈଶୀ ମଧ୍ୟ ଏହି ଫିଲ୍ମରେ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ପ୍ରକାଶ ଥାଉକି ଆମରୀନ 'ବ୍ୟାଡ ବୟ'କୁ ପ୍ରଯୋଜନା କରୁଥିବା ନିର୍ମାତା ସାଜିଶ କୁରୈଶୀଙ୍କ ଝିଅ । 'ବ୍ୟାଡ ବୟ' ମଧ୍ୟ ରାଜକୁମାରଙ୍କ ହିଟ୍ ଫିଲ୍ମ 'ଅଜବ ପ୍ରେମ କି ଗଜବ କାହାଣୀ' ପରି ଏକ ରୋମାଣ୍ଟିକ କମେଡି ଫିଲ୍ମ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.