ହାଇଦ୍ରାବାଦ: ବୁଧବାର ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳଚ୍ଚିତ୍ର 'ମିଶନ୍ ମଜନୁ' ରିଲିଜ୍ ତାରିଖ ଘୋଷଣା କରାଯାଇଛି । ନିର୍ମାତାମାନେ ସେମାନଙ୍କ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଫିଲ୍ମର ରିଲିଜ୍ ତାରିଖ ବିଷୟରେ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଏକ ଭିନ୍ନ ରୂପରେ ନଜର ଆସୁଛନ୍ତି ।
ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରି RSVP ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି, 'ଲକ୍ଷ୍ୟ ସ୍ଥିର ଅଛି। ପାକିସ୍ତାନର ହୃଦୟରେ ଭାରତର ସବୁଠାରୁ ସାହସିକ RAW ମିଶନର ଏକ ଅଂଶ ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ସେ ଆହୁରି ମଧ୍ୟ ଲେଖିଛନ୍ତି, ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ମିସନ୍ ମଜନୁ 2022 ଜୁନ୍ 10ରେ ମୁକ୍ତିଲାଭ କରୁଛି । ପୋଷ୍ଟରରେ ଏହା ଦେଖିବାକୁ ମିଳିଛି ଯେ ଅଭିନେତା ସିଦ୍ଧାର୍ଥ ଜଳୁଥିବା ବିଲ୍ଡିଂ ମଧ୍ୟରେ ଯାଉଥିବାର ଦେଖାଯାଏ ଏବଂ ତାଙ୍କ ପଛରେ ଏକ ମ୍ୟାପ୍ ମଧ୍ୟ ନଜର ଆସୁଛି । ଏହା ସହିତ ତାଙ୍କ ହାତରେ ଏକ ବନ୍ଧୁକ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ଫିଲ୍ମ 2022 ମେ 13ରେ ରିଲିଜ ହେବାର ଥିଲା, କୋରୋନା ମହାମାରୀ ଯୋଗୁ ଫିଲ୍ମର ରିଲିଜ ତାରିଖକୁ ସ୍ଥଗିତ କରାଯାଇଥିଲା ।
-
The target is set!
— RSVP (@RSVPMovies) March 9, 2022 " class="align-text-top noRightClick twitterSection" data="
Get ready to be a part of India’s most daring RAW mission in the heart of Pakistan.
Inspired by true events, #MissionMajnu releasing on 10th June 2022 🍿@SidMalhotra @iamRashmika @RonnieScrewvala @amarbutala #GarimaMehta @GBAMedia_Off pic.twitter.com/fktx43Rynt
">The target is set!
— RSVP (@RSVPMovies) March 9, 2022
Get ready to be a part of India’s most daring RAW mission in the heart of Pakistan.
Inspired by true events, #MissionMajnu releasing on 10th June 2022 🍿@SidMalhotra @iamRashmika @RonnieScrewvala @amarbutala #GarimaMehta @GBAMedia_Off pic.twitter.com/fktx43RyntThe target is set!
— RSVP (@RSVPMovies) March 9, 2022
Get ready to be a part of India’s most daring RAW mission in the heart of Pakistan.
Inspired by true events, #MissionMajnu releasing on 10th June 2022 🍿@SidMalhotra @iamRashmika @RonnieScrewvala @amarbutala #GarimaMehta @GBAMedia_Off pic.twitter.com/fktx43Rynt
ଚଳଚ୍ଚିତ୍ର ମିଶନ୍ ମଜନୁ 1970 ଦଶକରେ ନିର୍ମିତ ହୋଇଛି, ଏହି ଚଳଚ୍ଚିତ୍ରର କାହାଣୀ ଭାରତ ଦ୍ବାରା କରାଯାଇଥିବା ପାକିସ୍ତାନ ବିରୁଦ୍ଧରେ ସବୁଠାରୁ ସାହସୀ ମିଶନ ଉପରେ ଆଧାରିତ, ଯାହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଅନେକ ପରିବର୍ତ୍ତନ ହୋଇଛି । ଶାନ୍ତନୁ ବାଗଚିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ପିରିୟଡ ଫିଲ୍ମଟି RSVP ଚଳଚ୍ଚିତ୍ର ବ୍ୟାନର ତେଲ ଅମର ବୁଟାଲା, ରୋନି ସ୍କ୍ରୁଭାଲା ଏବଂ ଗାରିମା ମେହେଟ୍ଟାଙ୍କ ଦ୍ୱାରା ନିର୍ମିତ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ