ହାଇଦ୍ରାବାଦ: ପୂର୍ବତନ ମିସ୍ ୟୁଏସ୍ ଚେସଲି କ୍ରିଷ୍ଟଙ୍କ ଦେହାନ୍ତ ହୋଇଛି। 30 ବର୍ଷୀୟ ବିଉଟି କୁଇନ ତଥା ଓକିଲ ଚେସଲି କ୍ରିଷ୍ଟ ରବିବାର ସକାଳେ ପ୍ରାଣ ହରାଇଛନ୍ତି । ନ୍ୟୁୟର୍କର ଏକ 60 ମହଲାରୁ ଖସିପଡିବା ପରେ ଚେସଲି କ୍ରିଷ୍ଟଙ୍କ ମୃତ୍ୟୁ ହୋଇଛି।
- " class="align-text-top noRightClick twitterSection" data="
">
ଏହା କୁହାଯାଉଛି ଯେ କ୍ରିଷ୍ଟ 60 ମହଲା ବିଶିଷ୍ଟ ଓରିଅନ୍ ବିଲଡିଂରୁ ଡେଇଁପଡିଥିଲେ, ତେବେ ତାଙ୍କର 9 ମହଲାରେ ଏକ ଆପାର୍ଟମେଣ୍ଟ ଥିଲା । ତାଙ୍କୁ ଶେଷ ଥର ପାଇଁ କୋଠାର 29 ମହଲାର ଏକ ଛାତ ଉପରେ ଦେଖିବାକୁ ମିଳିଥିଲା । NYPDର ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ, ଚେସଲି ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଡାକ୍ତରୀ ଟିମ୍ ଏହାର ପ୍ରକୃତ କାରଣ ସ୍ପଷ୍ଟ କରିନାହାନ୍ତି। ଚେସଲି ଜଣେ ଉପସ୍ଥାପିକା ଭାବରେ କାମ କରୁଥିଲେ। ଚେସଲି 2019 ରେ ମିସ୍ ୟୁଏସ୍ ମୁକୁଟ ପିନ୍ଧିଥିଲେ, ସେହି ବର୍ଷ ମିସ୍ ୟୁନିଭର୍ସ ପେଜେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଠାରେ ସେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଥିଲେ ।
ସୋମବାର, ମିସ୍ ୟୁନିଭର୍ସ ହରନାଜ୍ ସାନ୍ଧୁ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଇସ୍ରାଏଲର ଏଲିଅଟ୍ ଠାରେ ଅନୁଷ୍ଠିତ 70 ତମ ମିସ୍ ୟୁନିଭର୍ସ 2021 ଜିତିବା ପରେ ଚେସଲିଙ୍କ ସହ ହସୁଥିବା ଦେଖିବାକୁ ମିଳିଥିଲା। ଆହୁରି ମଧ୍ୟ, ସେ ଲେଖିଛନ୍ତି, ଏହା ହୃଦୟ ବିଦାରକ ଏବଂ ଅବିଶ୍ୱାସନୀୟ, ଆପଣ ଅନେକଙ୍କ ପାଇଁ ସର୍ବଦା ପ୍ରେରଣା ଥିଲା । ରେଷ୍ଟ ଇନ ପିସ ଚେସଲି। "
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ