ETV Bharat / sitara

ମୀରାଙ୍କୁ ଶାହିଦ ଲାଗୁନାହାଁନ୍ତି ଚକଲେଟ ବୟ

author img

By

Published : Jul 6, 2020, 4:27 PM IST

ଭାଇରାଲ ହେଲା ମୀରା ରାଜପୁତଙ୍କ ପୋଷ୍ଟ । ଏଥର ସେ ଶାହିଦଙ୍କ ଉପରେ ମଜାକ କରି ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ

ମୁମ୍ବାଇ: ମୀରା ରାଜପୁତ ଓ ଶାହିଦ କପୁରଙ୍କ ଯୋଡି ବଲିଉଡର ହଟ ଯୋଡି ମଧ୍ୟରୁ ଅନ୍ୟତମ । ସେହିପରି ଫ୍ୟାନ୍ସଙ୍କ ଫେଭରେଟ ଯୋଡି ମଧ୍ୟ । ବିବାହ ପରଠୁ ନେଇ ଏଯାବତ କୌଣସି ନା କୌଣସି ଖବର ପାଇଁ ଚର୍ଚ୍ଚାରେ ରହିଥାଆନ୍ତି ଏହି କପଲ । ଫିଲ୍ମ ସୁଟିଂ ବନ୍ଦ ଥିବାରୁ ପରିବାର ସହ ଶାହିଦ ସମୟ ବିତାଉଛନ୍ତି । ହେଲେ ଇତିମଧ୍ୟରେ ମୀରା ସ୍ବାମୀଙ୍କ ପାଇଁ ପୁଣି ଚର୍ଚ୍ଚାରେ ଆସିଯାଇଛନ୍ତି ।

କଥାଟି ହେଲା ଯେ ମୀରା ସୋସିଆଲ ମିଡିଆରେ ଶାହିଦଙ୍କ ଏକ ପୁରୁଣା ଫଟୋ ସେୟାର କରି ଫ୍ୟାନ୍ସଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଛନ୍ତି । ଶାହିଦଙ୍କ ଏହି ଫଟୋ ତାଙ୍କ କ୍ୟାରିୟର ଆରମ୍ଭ ସମୟର । ଇନଷ୍ଟାଗ୍ରାମ ଷ୍ଟୋରିରେ ଏହି ଫଟୋ ସେୟାର କରି ମୀରା ଲେଖିଛନ୍ତି, ‘ଚକଲେଟ ବୟ ନୁହେଁ ଶାହିଦ । ଯଦି ଆପଣଙ୍କୁ ଏହି କଥାର ସତ ଜାଣିବାର ଅଛି ତେବେ କମ୍ପଲାନ ଆଡ ଦେଖନ୍ତୁ । #complanboy #notachocolateboy.’ ଭାଇରାଲ ହେଉଥିବା ଏହି ଫଟୋକୁ ବର୍ତ୍ତମାନ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି ।

ପ୍ରକାଶ ଥାଉକି ମୀରା ପ୍ରଥମଥର ଏମିତି କରିନାହାଁନ୍ତି । ସେ ପୂର୍ବରୁ ମଧ୍ୟ ଶାହିଦଙ୍କ ବିଷୟରେ ମଜାଦାର କଥା କହି ଫ୍ୟାନ୍ସଙ୍କୁ ହସାଇ ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.