ETV Bharat / sitara

ବଡ ଖୁଲାସା କଲେ ମିନିଷା ଲାମ୍ବା, କାଷ୍ଟିଂ କାଉଚର ହୋଇଥିଲେ ଶିକାର - minissha-lamba-opened-up-about-her-casting-couch

ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ନିଜ ସଂଘର୍ଷ ସମୟରେ କାଷ୍ଟିଂ କାଉଚ ଭଳି ସମସ୍ୟାର ସମ୍ମୁଖୀନ ହୋଇସାରିଛନ୍ତି । କିଛି ଏହା ବିଷୟରେ ସର୍ବସାଧାରଣରେ ଆଲୋଚନା ମଧ୍ୟ କରିସାରିଛନ୍ତି । ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛନ୍ତି ବଲିଉଡର ଦମଦାର ଅଭିନେତ୍ରୀ ମିନିଷା ଲାମ୍ବା । ଅଧିକ ପଢନ୍ତୁ...

minissha-lamba-opened-up-about-her-casting-couch-experiences-and-being-asked-to-meet-for-dinner-to-discuss-a-film
ବଡ ଖୁଲାସା କଲେ ମିନିଷା ଲାମ୍ବା, କାଷ୍ଟିଂ କାଉଚର ହୋଇଥିଲେ ଶିକାର
author img

By

Published : Jun 25, 2021, 6:08 AM IST

ନୂଆଦିଲ୍ଲୀ: ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ନିଜ ସଂଘର୍ଷ ସମୟରେ କାଷ୍ଟିଂ କାଉଚ ଭଳି ସମସ୍ୟାର ସମ୍ମୁଖୀନ ହୋଇସାରିଛନ୍ତି । କିଛି ଏହା ବିଷୟରେ ସର୍ବସାଧାରଣରେ ଆଲୋଚନା ମଧ୍ୟ କରିସାରିଛନ୍ତି । ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛନ୍ତି ବଲିଉଡର ଦମଦାର ଅଭିନେତ୍ରୀ ମିନିଷା ଲାମ୍ବା ।

ମିନିଷା ରେଡିଓ ହୋଷ୍ଟ ସିଦ୍ଧାର୍ଥ କାନନଙ୍କୁ କହିଛନ୍ତି ଯେ,ଯେକୌଣସି ଇଣ୍ଡଷ୍ଟ୍ରିରେ ଯେଉଁଠାରେ ପୁରୁଷ ଅଛନ୍ତି, ଅଧିକାଂଶ ପୁରୁଷ ଏହିପରି କାମ କରିବାକୁ ଚେଷ୍ଟା କରିଥାନ୍ତି । ଏହି ଇଣ୍ଡଷ୍ଟ୍ରି ମଧ୍ୟ ଏହାଠାରୁ ଭିନ୍ନ ନୁହେଁ । ମୁଁ ନିଶ୍ଚିତ ଭାବରେ ଏଭଳି ପରିସ୍ଥିତିର ସାମ୍ନା କରିଛି । ସେମାନେ ଫିଲ୍ମ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ ଏବଂ ସେମାନେ ରାତିରେ ଡିନର୍ ପାଇଁ ମତେ ଡାକନ୍ତି । ଏମିତି ପରିସ୍ଥିତିରେ ତାଙ୍କୁ ବହୁ ପ୍ରୋଜେକ୍ଟ ମଧ୍ୟ ହରାଇବାକୁ ପଡିଥିଲା ।

ଏଥିସହିତ ମିନିଷା ଆହୁରି ମଧ୍ୟ କହିଛନ୍ତି ଯେ, ସେ ଅଫିସରେ ଫିଲ୍ମ ନିର୍ମାତାଙ୍କୁ ଭେଟିବା ଉପରେ ଅଧିକ ଜୋର୍ ଦିଅନ୍ତି । ପ୍ରକାଶ ଥାଉ ଯେ, ମିନିଷା ୨୦୦୫ ରେ ସୁଜିତ୍ ସରକାରଙ୍କ ଡେବ୍ୟୁ ଫିଲ୍ମ ‘ୟହାଁ’ ସହିତ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଫିଲ୍ମ ବ୍ୟତୀତ ମିନିଷାଙ୍କୁ ରଣବୀର କପୁରଙ୍କ ସହ ଫିଲ୍ମ ବଚନା ଏ ହସିନୋରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.