ହାଇଦ୍ରାବାଦ: ଆର୍ଟିକିଲ-370 ପରେ ଭାରତ-ପାକିସ୍ତାନ ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳୁଛି । ଧିରେ ଧିରେ ସମସ୍ତ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରୁଛି । ଏ ମଧ୍ୟରେ ବଲିଉଡ ସିଙ୍ଗରଙ୍କୁ ପାକିସ୍ତାନରେ ଦେଖିବାକୁ ମିଳିଛି । କରାଚିରେ ଜଣେ କୋଟିପତିଙ୍କ ବିବାହ ଉତ୍ସବରେ ଗୀତ ଗାଉଥିବାର ନଜର ଆସିଛନ୍ତି ମିକା ସିଂହ ।
କୋଟିପତି ଜଣକ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ସମ୍ପର୍କୀୟ। କିନ୍ତୁ ଏଭଳି ପରିସ୍ଥିତିରେ ମିକା ଓ ତାଙ୍କର 14ଜଣ ସାଥିଙ୍କୁ କିପରି ଭିଜା ମିଳିଲା ଓ ସୁରକ୍ଷା କ୍ଲିଏରାନ୍ସ କିଏ ଦେଲା ସେ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି । ପାକିସ୍ତାନରେ ସମସ୍ତ ଭାରତୀୟ ସେବାକୁ ବ୍ୟାନ କରାଯାଇଥିବା ବେଳେ ଜଣେ ଭାରତୀୟ ସିଙ୍ଗର କିଭଳି ଯାଇ ଗୀତ ଗାଇଲେ ଓ ଯଦି ଭିଜା ଆଗରୁ ଥିଲା ତେବେ ତାହା କ୍ୟାନ୍ସଲ କିପରି ହେଲାନାହିଁ । ଏହାକୁ ନେଇ ପାକିସ୍ତାନ ଲୋକସଭାରେ ବିରୋଧି ଦଳ ନେତା ସୈୟଦ ଖୁର୍ସିଦ ଶାହ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷେ ମିକାଙ୍କ ଭାରତୀୟ ଫ୍ୟାନ ମଧ୍ୟ ନିରାଶ ହୋଇଛନ୍ତି । କେତେ ଜଣ ମିକାଙ୍କୁ ଦେଶ ଦ୍ରୋହୀ ମଧ୍ୟ କହିଛନ୍ତି । ମିକା ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ 2କୋଟି ଟଙ୍କା ନେଇଛନ୍ତି ବୋଲି ସୂଚନା ମିଳିଛି । ତେବେ ଅଗଷ୍ଟ 8ରେ ଏହି କାର୍ଯ୍ୟକ୍ରମରେ ମିକା ଯୋଗ ଦେଇଥିଲେ ।