ମୁମ୍ବାଇ: ଖ୍ରୀଷ୍ଟମାସ ସେଲିବ୍ରେଟ କରି ରୋମାଣ୍ଟିକ ଫଟୋ ସେୟାର କଲେ ନବବିବାହିତ କପଲ୍ ବିକି କୌଶଲ ଓ କ୍ୟାଟ୍ରିନା କୈଫ । କ୍ୟାଟ୍ଙ୍କୁ ହଗ୍ କରିବା ବେଳର ଏକ ଫଟୋ ସହିତ ଅନେକ ଫଟୋକୁ ବିକି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ବିକି ଓ କ୍ୟାଟ୍ଙ୍କ ଏହି ଫଟୋକୁ ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

ଏହି ଫଟୋ ସେୟାର କରି ବିକି କ୍ୟାପସନରେ ଲେଖିଛନ୍ତି ଯେ, ‘Meri Christmas!’(ମୋ ଖ୍ରୀଷ୍ଟମାସ) । ଏଥିରେ ପ୍ରାୟ ୩୦ ଲକ୍ଷ ଲାଇକ୍ସ ଆସିଥିବା ବେଳେ ଫଟୋକୁ ରି-ସେୟାର କରାଯାଇଛି । ଏହି ଫଟୋରେ ଅନେକ କଳାକାରଙ୍କ ସହିତ ଫ୍ୟାନ୍ସ ମଧ୍ୟ କମେଣ୍ଟ କରିଛନ୍ତି । ବିକି ଓ କ୍ୟାଟ୍ଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନରେ ଫିଲ୍ମ ନିର୍ଦ୍ଦେଶକ କବୀର ଖାନ ମଧ୍ୟ ସାମିଲ ହୋଇଥିଲେ । କବୀର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସେଲିବ୍ରେସନର କିଛି ଫଟୋକୁ ମଧ୍ୟ ସେୟାର କରିଛନ୍ତି ।

ଏହା ବି ପଢନ୍ତୁ: Bajrangi Bhaijaan ସିରିଜରେ କାମ କରିବେନି ଫିଲ୍ମ ନିର୍ଦ୍ଦେଶକ କବୀର ଖାନ
ବିକି ଓ କ୍ୟାଟ୍ ରାଜସ୍ଥାନର ବରୱାଡ଼ାରେ ଥିବା ସିକ୍ସ ସେନ୍ସେସ ହୋଟେଲରେ ଏକ ଗୁପ୍ତ ବିବାହ କରିଥିଲେ ଅର୍ଥାତ୍ ଏମାନେ ନିଜ ବିବାହକୁ ଅତ୍ୟନ୍ତ ଗୋପନୀୟ ରଖିଥିଲେ । ଏଥିରେ କମ ଅତିଥି ସାମିଲ ହୋଇଥିବା ବେଳେ ରାଜସ୍ତାନୀ ପରମ୍ପରାରେ ହୋଇଥିଲା ବିବାହ । ବିବାହ ପରେ କପଲ୍ ଗୋଟିଏ ପରେ ଗୋଟିଏ ବିବାହର ସମସ୍ତ ଉତ୍ସବର ଫଟୋକୁ ନିଜ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏହାକୁ ଫ୍ୟାନ୍ସ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳିଥିଲା ।

ବିବାହର କିଛି ଦିନ ପରେ ଏହି କପଲ୍ ବାନ୍ଦ୍ରାସ୍ଥିତ ନିଜ ନୂଆ ଘରକୁ ସ୍ଥାନାନ୍ତର ମଧ୍ୟ ହୋଇଛନ୍ତି । ସେପଟେ ଉଭୟଙ୍କ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ବିକି ଆଗକୁ ମେଘ୍ନା ଗୁଲଜାରଙ୍କ 'ସାମ ବାହାଦୂର'ରେ ନଜର ଆସିବେ । ସେପଟେ କ୍ୟାଟ୍ରିନା ବିଜୟ ସେଥୁପତିଙ୍କ ଆଗାମୀ ଫିଲ୍ମ 'Merry Christmas'ର ସୁଟିଂକୁ ଫେରିଥିବା ଜଣାପଡ଼ିଛି ।
- " class="align-text-top noRightClick twitterSection" data="
">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ