ETV Bharat / sitara

ଅମିତାଭଙ୍କ ଉପରେ ଶିଖ ବିରୋଧୀ ଅଭିଯୋଗ, ଭାଇରାଲ ହେଲା 10 ବର୍ଷର ପୁରୁଣା ଚିଠି - ଶିଖ ବିରୋଧୀ ଅଭିଯୋଗକୁ ଖଣ୍ଡନ କରିଥିଲେ ଅମିତାଭ ଦାନ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅମିତାଭଙ୍କ ଦ୍ବାରା ଲେଖାଯାଇଥିବା ଚିଠି । ନିଜ ଉପରେ ଲାଗିଥିବା ଶିଖ ବିରୋଧୀ ଅଭିଯୋଗକୁ ଖଣ୍ଡନ କରିଥିଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : May 21, 2021, 11:20 AM IST

ମୁମ୍ବାଇ: ଦିଲ୍ଲୀ ଗୁରୁଦ୍ବାରାରେ ନିର୍ମିତ ହୋଇଥିବା କୋରୋନା କେୟାର ସେଣ୍ଟର କମିଟିକୁ କୋଟି କୋଟି ଟଙ୍କା ଦାନ କରିବା ପରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। ଶିଖ୍ ସମୁଦାୟରେ ତାଙ୍କ ଦ୍ବାରା ଦିଆଯାଇଥିବା କୋଟି କୋଟି ଟଙ୍କା ନେଇ ଉତ୍ତେଜନା ଦେଖାଦେଇଛି। ଯାହାକୁ ଆଧାର 1984 ଶିଖ ଦଙ୍ଗାକୁ ଉସକାଇବା ଅଭିଯୋଗ ପୁଣିଥରେ ଅମିତାଭଙ୍କ ଉପରେ ଲଗାଯାଉଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଇତିମଧ୍ୟରେ ଏହି ଘଟଣାରେ ଆଉ ଏକ ବଡ ଖୁଲାସା କରାଯାଇଛି | ଦଶ ବର୍ଷ ପୂର୍ବେ ଅମିତାଭ ପୁରା ମାମଲା ବିଷୟରେ ଏକ ଚିଠି ଲେଖିଥିଲେ ଏବଂ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଦେଇଥିଲେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହି ଚିଠି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଦାବି ହେଉଛି ଯେ ଅମିତାଭ 2011ରେ ମୁମ୍ବାଇର ତତ୍କାଳୀନ ଶିରୋମଣି ଗୁରୁଦ୍ବାରା କମିଟିର ସଦସ୍ୟ ଗୁରୁନ୍ଦର ସିଂ ବାବାଙ୍କ ମାଧ୍ୟମରେ ଅକାଲ ତଖ୍ତଙ୍କୁ ପଠାଇଥିଲେ। ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ତଥାକଥିତ ଚିଠିରେ ଅମିତାଭ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ । ପ୍ରକାଶ ଥାଉକି 1984 ଶିଖ ଦଙ୍ଗାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅମିତାଭ ଏବଂ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଶିଖଙ୍କ ବିରୋଧରେ ଦଙ୍ଗା ସୃଷ୍ଟି କରିଥିଲେ ବୋଲି ତାଙ୍କ ଉପରେ ଅଭିଯୋଗ ହୋଇଥିଲା । ଯାହାକୁ ଏହି ଚିଠି ଦ୍ବାରା ଖଣ୍ଡନ କରିଥିଲେ ।

ସେହିପରି 2011ରେ ପଞ୍ଜାବ ସରକାର ଅମିତାଭଙ୍କୁ ଖାଲସା ପନ୍ଥଙ୍କ ଜନ୍ମସ୍ଥାନ ଶ୍ରୀ ଆନନ୍ଦପୁର ସାହେବରେ ଐତିହାସିକ ଖାଲସା ହେରିଟେଜ୍ କମ୍ପ୍ଲେକ୍ସର ଉଦଘାଟନୀ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ ପଠାଇଥିଲେ। ଏହାକୁ ଗ୍ରହଣ ମଧ୍ୟ କରିଥିଲେ ସେ । ହେଲେ ଏଥିରେ ସାମିଲ ହେବାକୁ ସେ ମନା କରିଥିଲେ । ଆଉ କହିଥିଲେ ଯେ ସେ କୌଣସି ଐତିହାସିକ ସମାବେଶରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁନାହାଁନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.