ETV Bharat / sitara

କଙ୍ଗନାଙ୍କୁ ମନିଷ ସିସୋଦିଆଙ୍କ କଡା ଜବାବ

author img

By

Published : Dec 24, 2019, 1:58 PM IST

ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ପୁଣି ଚର୍ଚ୍ଚାରେ । ଏଥର ସେ ଦେଶରେ ଭରଯାଉଥିବା ଇନକମ ଟ୍ୟାକ୍ସ ଉପରେ ବୟାନ ରଖି ଆଲୋଚନାର ଶିକାର ହୋଇଛନ୍ତି ।

manish sisodia reacted on kangana ranaut
ଡିଜାଇନ ଫଟୋ

ମୁମ୍ବାଇ: ସଂଶୋଧିତ ନାଗରିକତା ଆକ୍ଟକୁ ନେଇ ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନ ଉପରେ ବଲିଉଡର ଅନେକ କଳାକାର ନିଜ ନିଜ ପ୍ରତିକ୍ରିୟା ରଖିସାରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ । ସେ ମଧ୍ୟ ନିକଟରେ ନିଜ ପ୍ରତିକ୍ରିୟା ଦେଇ ଦେଶରେ ହିଂସା ନକରିବାକୁ ପରାର୍ମଶ ଦେଇଥିଲେ । ଆଉ କହିଥିଲେ ଭାରତର ପୁରା ଜନସଂଖ୍ୟାରୁ କେବଳ 3-4 ପ୍ରତିଶତ ଲୋକ ଟ୍ୟାକ୍ସ ଭରୁଛନ୍ତି । କଙ୍ଗନାଙ୍କ ଏପରି ପ୍ରତିକ୍ରିୟା ଉପରେ ବର୍ତ୍ତମାନ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବୟାନ ଦେଖିବାକୁ ମିଳୁଛି ।

tweet-1
ଫଟୋ ସୌଜନ୍ୟ: ଏଏନଆଇ

ମନୀଷ ଟ୍ବିଟ କରି ଲେଖିଛନ୍ତି, ‘ହିଂସା ଓ ଜନସାଧାରଣଙ୍କ ସମ୍ପତ୍ତିକୁ ଧ୍ବଂସ କରିବା ସବୁ ପରିସ୍ଥିତିରେ ଭୁଲ । ଏହା ବ୍ୟକ୍ତିତ୍ବ ଏବଂ ଆଇନ ବିରୋଧରେ । କିନ୍ତୁ ଏହି ଦେଶ କେବଳ 3 ଶତକଡା ଲୋକଙ୍କ ଟ୍ୟାକ୍ସ ଉପରେ ନିର୍ଭର କରୁନାହିଁ । ଜଣେ ସାଧାରଣ କର୍ମଚାରୀ, ଦିନମଜୁରିଆଙ୍କଠୁ ନେଇ କୋଟିପତି ପର୍ଯ୍ୟନ୍ତ ସମସ୍ତେ ଦେଶର ଟ୍ୟାକ୍ସ ଭରୁଛନ୍ତି ।’

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ମନୀଷ ସିସୋଦିଆ

ଜଣେ ଦିନ ମଜୁରିଆ ବଜାରରୁ ଦିଆସିଲ କିମ୍ବା ଲୁଣ ପ୍ୟାକେଟ କିଣୁଛି ତେବେ ସେ ଟ୍ୟାକ୍ସ ସହ ମୂଲ୍ୟ ମଧ୍ୟ ଦେଉଛି । କିଛି କୋଟିପତିଙ୍କ ଠାରୁ ମିଳୁଥିବା ଇନକମ ଟ୍ୟାକ୍ସ କେବଳ ଟ୍ୟାକ୍ସ ହୋଇନଥାଏ । ଆଉ ଯେତେବେଳେ ସାମାନ୍ୟ କର୍ମଚାରୀ ସିନେମା ଦେଖିବାକୁ ଯାଉଛି । ତାହାଲେ ସେ ଫିଲ୍ମ ଷ୍ଟାର୍ସଙ୍କ କୋଟି କୋଟି ଟଙ୍କା ଆୟରେ ଯୋଗଦାନ ମଧ୍ୟ ଦେଉଛି । ଆଉ ଏ ଦେଶ ପାଇଁ ଟ୍ୟାକ୍ସ ମଧ୍ୟ ଭରୁଛି । ଏବେ ଭାବନ୍ତୁ କିଏ କାହା ଉପରେ ନିର୍ଭର ।

tweet-3

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.