ମୁମ୍ବାଇ: ବଲିଉଡରେ ଅନେକ ଫିଟନେସ ଫ୍ରେକ ଅଭିନେତ୍ରୀ ଅଛନ୍ତି ଯେଉଁଥିରେ ଅନ୍ୟତମ ଅଭିନେତ୍ରୀ ମନ୍ଦିରା ବେଦୀ । ଏହିସମୟରେ ମନ୍ଦିରା ପରିବାର ସହ ମାଳଦ୍ବୀପରେ ଛୁଟି କାଟିବାରେ ବ୍ୟସ୍ତ । ନିଜ ହଲିଡେର ଫଟୋ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିପଡିଛନ୍ତି ମନ୍ଦିରା । ସୋୟାର ହୋଇଥିବା ଗୋଟିଏ ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଚହଳ ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ମନ୍ଦିରା ସେୟାର କରିଥିବା ଫଟୋ ମଧ୍ୟରେ ତାଙ୍କ ରେଡ ବିକିନି ଫଟୋ ବର୍ତ୍ତମାନ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ଅଛି । ସମସ୍ତେ ଭାବୁଛନ୍ତି କି 46 ବର୍ଷରେ ମନ୍ଦିରା କିପରି ନିଜକୁ ଏତେ ଫିଟ ରଖିପାରୁଛନ୍ତି । ଆଉ ତାଙ୍କ ଫିଟନେସ ରାଜ ବିଷୟରେ ଜାଣିବାକୁ ବ୍ୟାକୁଳ ଫ୍ୟାନ୍ସ ।
ମନ୍ଦିରା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ନିଜ ଦିନକୁ ଏହାଠାରୁ ଅଧିକ ଆଉ ଭଲ କଣ କରିପାରିବି । ଯେଉଁଠି ସମୁଦ୍ର ଏବଂ ସୂର୍ଯ୍ୟ କରିଣ ଏକାଠି ଅଛି । ଏହି ସ୍ଥାନ ଠାରୁ ଅଧିକ ଖୁସି ଦେଲା ଭଳି ସ୍ଥାନ ଅନ୍ୟ କେଉଁଠାରେ ନାହିଁ । "
- " class="align-text-top noRightClick twitterSection" data="
">
ଖାଲି ଏତିକି ନୁହେଁ ସେ ପିଙ୍କ ବିକିନି ପିନ୍ଧିଥିବାର ଫଟୋ ମଧ୍ୟ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, "ଯେବେ ଆପଣ ସନ ବେଡକୁ ହିଁ ନିଜ ଘର କରିନେଉଛ ତେବେ ପଛକୁ ବୁଲୁ ଦେଖିବା କଷ୍ଟକର ।"
ପ୍ରକାଶ ଥାଉକି ଅଭିନେତା ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ବିଗ ବଜେଟ ଫିଲ୍ମ 'ସାହୋ'ରେ ନଜର ଆସିବେ । ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ 30ରେ ରିଲିଜ ହେବ ।