ETV Bharat / sitara

‘ଗୁଲ ମକାଇ’ର ନୂଆ ଗୀତ ‘କିତାବ ବାପସ ଦେ ଦୋ’ ରିଲିଜ - ରିମ ସେଖଙ୍କ ଅପକମିଂ ଫିଲ୍ମ ଗୁଲ ମକାଇ

ଜାନୁଆରୀ 31ରେ ରିଲିଜ ହେବାକୁ ପ୍ରସ୍ତୁତ ମଲାଲା ୟୁସୁଫଜଇଙ୍କ ବାୟୋପିକ ‘ଗୁଲ ମକାଇ’ । ଏବେ ରିଲିଜ ହୋଇଯାଇଛି ଫିଲ୍ମର ନୂଆ ଗୀତ ‘କିତାବ ବାପସ ଦେ ଦୋ’ । ଯେଉଁଥିରେ ମଲାଲାଙ୍କ ସଂଘର୍ଷମୟ କାହାଣୀ ଦେଖିବାକୁ ମିଳୁଛି ।

malala yousafzai biopic
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିମ ସେଖ
author img

By

Published : Jan 15, 2020, 9:13 PM IST

ମୁମ୍ବାଇ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜଇଙ୍କ କାହାଣୀକୁ ନେଇ ଆଧାରିତ ଫିଲ୍ମ ‘ଗୁଲ ମକାଇ’ର ନୂଆ ଗୀତ ‘କିତାବ ବାପସ ଦେ ଦୋ’ ରିଲିଜ ହୋଇଯାଇଛି । ଏହି ଗୀତର ମ୍ୟୁଜିକ ଓ ଲିରିକ୍ସ ଶାନଦାର ହୋଇଛି । ଗୀତରେ ଦର୍ଶକ ଫିଲ୍ମର ପୁରା କାହାଣୀର ଝଲକ ଦେଖିବାକୁ ପାଇବେ । ଏଥିରେ ଦେଖିବାକୁ ମିଳୁଛି ଯେ କେମିତି ଆକଙ୍କବାଦୀ ନିଜ ଇଚ୍ଛାକୁ ଜନସାଧାରଣଙ୍କ ଉପରେ ଲଦି ଦେଇଛନ୍ତି । ଯଦି କେହି ପାଳନ ନକରୁଛନ୍ତି ତେବେ ତାଙ୍କର ଗୋଟିଏ ଦଣ୍ଡ ମୃତ୍ୟୁ ।

  • " class="align-text-top noRightClick twitterSection" data="">

ଖାଲି ଏତିକି ନୁହେଁ ଗୀତର ଶେଷରେ ଜଣାପଡୁଛି ଯେ କାହିଁକି ଆତଙ୍କବାଦୀ ଝିଅ ମାନଙ୍କ ପାଠ ପଢାର ବିରୋଧ କରୁଛନ୍ତି । କାରଣ ଜଣେ ଝିଅ ପାଠ ପଢିଲେ ତାର ପୁରା ପରିବାର ଶିକ୍ଷିତ ହୋଇଥାଏ । ଯାହା ଆତଙ୍କବାଦୀ ସଂଗଠନକୁ ପସନ୍ଦ ନୁହେଁ । ଗୀତରେ ମଲାଲାଙ୍କ ଭୂମିକାରେ ଅଭିନୟ କରୁଥିବା ରିମ ସେଖଙ୍କ ଶାନଦାର ଅଭିନୟ ଦେଖିବାକୁ ମିଳୁଛି ।

ମଲାଲାଙ୍କ ସାହସୀ ଯାତ୍ରା ଓ ସଂଘର୍ଷମୟ କାହାଣୀକୁ ନେଇ ଆଧାରିତ ‘ଗୁଲ ମକାଇ’ । ଫିଲ୍ମରେ ସ୍ବର୍ଗୀୟ ଅଭିନେତା ଓମ ପୁରୀ, ଦିବ୍ୟା ଦତ୍ତା, ଅତୁଲ କୁଲକର୍ଣ୍ଣୀ, ମୁକେଶ ଋଷି ଓ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ । ଏମାସ 31ରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ସେହିପରି ଓମ ପୁରୀଙ୍କ ଏହା ଶେଷ ଫିଲ୍ମ ଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.