ETV Bharat / sitara

ମଲାଇକା ଅରୋରାଙ୍କ କୋଠା ହେଲା ସିଲ୍ - ମଲାଇକା ଅରୋରା

ସାରା ଦେଶରେ କରୋନାଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରାଙ୍କ କୋଠାରେ ଏକ ବ୍ୟକ୍ତିଙ୍କ କରୋନା ପଜିଟିଭ ମିଳିବା ପରେ ବିଏମସି ଏହାକୁ ସିଲ୍ କରିଥିବାର ସୂଚନା ମିଳିଛି । ଅଧିକ ପଢନ୍ତୁ...

malaikas building gets sealed after a resident tests positive for the covid 19 virus
ମଲାଇକା ଅରୋରାଙ୍କ କୋଠା ହେଲା ସିଲ୍
author img

By

Published : Jun 11, 2020, 4:51 PM IST

ମୁମ୍ବାଇ: ସହରର ବାନ୍ଦ୍ରା ଅଞ୍ଚଳରେ ରହୁଥିବା ବଲିଉଡର ଡିଭା ମଲାଇକା ଆରୋରାଙ୍କ ତୁଳସୀ ଆପାର୍ଟମେଣ୍ଟରେ ଏକ ବ୍ୟକ୍ତିଙ୍କ କରୋନା ପଜିଟିଭ ମିଳିବା ପରେ କୋଠାକୁ ସିଲ୍ କରାଯାଇଛି । ବିଏମସି ଏହି କାର୍ଯ୍ୟକୁ ଜୁନ୍ 8 ରେ କରିଥିଲେ ।

ବର୍ତ୍ତମାନ ସୋସିଆଲ ମିଡିଆରେ 'କଣ୍ଟେନମେଣ୍ଟ ଜୋନ୍' ବୋଲି ଏକ ବ୍ୟାନର ଥିବା ଏକ ବିଲ୍ଡିଂର ଫଟୋ ସାମ୍ନାକୁ ଆସିଛି । କିନ୍ତୁ, ମଲାଇକା ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ମାର୍ଚ୍ଚରୁ ଏହି ଲକଡାଉନ୍ ଆରମ୍ଭ ହେବା ପର ଠାରୁ ମଲାଇକା ଆରୋରା ତାଙ୍କ ପୁଅ ଅରହାନଙ୍କ ସହ ଏକାକୀ ରହୁଛନ୍ତି । ମଲାଇକା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ସେ ଟ୍ୱିଟ୍ କିମ୍ବା ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କ ସହ ଜଡିତ ଅଛନ୍ତି ।

ପ୍ରକାଶ ଥାଉ କି, ଏହାପୂର୍ବରୁ କରଣ ଜୋହର ଏବଂ ବୋନି କପୁରଙ୍କ କର୍ମଚାରୀମାନଙ୍କ ମଧ୍ୟ କରୋନା ପଜିଟିଭ୍ ଥିବା ଦେଖିବାକୁ ମିଳିଥିଲା ​​। ଏହା ପରେ ସେମାନେ 14 ଦିନ ହୋମ କ୍ୱାରେଣ୍ଟାଇନରେ ଥିଲେ ।

ନିକଟରେ ବିକି କୌଶଲଙ୍କ ବିଲ୍ଡିଂକୁ ମଧ୍ୟ ସିଲ୍ କରାଯାଇଥିଲା, ଯେତେବେଳେ ତାଙ୍କ ବିଲ୍ଡିଂରେ ଜଣେ ଯୁବତୀଙ୍କ କରୋନା ପଜିଟିଭ୍ ଥିବା ବୋଲି ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.