ନୂଆଦିଲ୍ଲୀ: ଲକଡାଉନରେ ସମୟରେ ସେକ୍ସୀ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ କଥିତ ବୟଫ୍ରେଣ୍ତ ଅର୍ଜୁନ କପୁରଙ୍କ ସହିତ କ୍ବାରେଣ୍ଟାଇନରେ ଥିଲେ ।
- " class="align-text-top noRightClick twitterSection" data="
">
ହଁ, ଅର୍ଜୁନଙ୍କ ସହ ଲକଡାଉନ ସମୟରେ ମଲାଇକା କ୍ବାରେଣ୍ଟାଇନରେ ସମୟ ବିତାଇଥିଲେ ।
ନିକଟରେ ଏକ ସାକ୍ଷାତକାରରେ ମଲାଇକାଙ୍କୁ ପଚରାଯାଇଥିଲା ଯେ, ସେ କେଉଁ ଅଭିନେତାଙ୍କ ସହିତ କ୍ବାରେଣ୍ଟାଇନରେ ରହିବାକୁ ଚାହୁଁଛନ୍ତି । ଯାହାର ଉତ୍ତରରେ ମଲାଇକା କହିଛନ୍ତି ଯେ, ସେ ଜଣେ ଅଭିନେତାଙ୍କ ସହ କ୍ବାରେଣ୍ଟାଇନରେ ରହିସାରିଛନ୍ତି, ଯାହା ଅତ୍ୟନ୍ତ ମଜାଦାର ଥିଲା । ସମସ୍ତ ଫ୍ୟାନ୍ସ ଜାଣନ୍ତି ଯେ ଉଭୟ ଏକାଠି ରହୁଛନ୍ତି କିନ୍ତୁ ମଲାଇକା ଏବେ ଏହି କଥାର ସ୍ବୀକାର କରିଛନ୍ତି ।
ସେପ୍ଟେମ୍ବରରେ ଅର୍ଜୁନଙ୍କ କୋରୋନାଭାଇରସ୍ ରିପୋର୍ଟ ପଜିଟିଭ ବୋଲି ଜଣାପଡିଥିଲା । ସେ ଗଣମାଧ୍ୟମରେ କହିଥିଲେ ଯେ ସେ କ୍ବାରେଣ୍ଟାଇନରେ ଅଛନ୍ତି । ଅର୍ଜୁନଙ୍କ ପରେ ପରେ ମଲାଇକା ସୋସିଆଲ ମିଡିଆରେ ମଧ୍ୟ ସୂଚନା ଦେଇଥିଲେ ଯେ ତାଙ୍କର ମଧ୍ୟ କୋରୋନାଭାଇରସ୍ ରିପୋର୍ଟ ପଜିଟିଭ ବାହାରିଛି ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ଯେ, କିଛି ସମୟ ପରେ ଅର୍ଜୁନ ଏବଂ ମଲାଇକା ଦୁହେଁ ଧର୍ମଶାଳାରେ ଏକାଠି ନଜର ଆସିଥିଲେ । ଯେଉଁଠାରେ ଅର୍ଜୁନ ତାଙ୍କ ଆଗାମୀ ଚଳଚ୍ଚିତ୍ର ଭୁତ ପୋଲିସର ସୁଟିଂ କରୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ