ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ମହାରାଷ୍ଟ୍ରରେ ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି । ରାଜ୍ୟରେ ପ୍ରତିଦିନ ହଜାର ହଜାର କୋରୋନା ମାମଲା ସାମ୍ନାକୁ ଆସୁଛି । ଏହି କାରଣରୁ କୋଭିଡ -19 ର ଦ୍ବିତୀୟ ଲହରକୁ ମୁକାବିଲା କରିବା ପାଇଁ ମହାରାଷ୍ଟ୍ର ସରକାର ବୁଧବାର ଠାରୁ 144 ଧାରା ଲାଗୁ କରିବା ସହିତ ମେ 1 ପର୍ଯ୍ୟନ୍ତ ରାଜ୍ୟରେ କଡା ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ଅନେକ ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଯାଇଛି ।
- " class="align-text-top noRightClick twitterSection" data="
">
ଯାହାକୁ ନେଇ ବଲିଉଡ ସେଲିବ୍ରିଟି ଓ୍ବାର୍କ ଫର୍ମ ହୋମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ସେୟାର କରି ଓ୍ବାର୍କ ଫର୍ମ ହୋମ ବିଷୟରେ କହିଛନ୍ତି ।
ବୁଧବାର ଦିନ ମଲାଇକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ମଲାଇକା ଚଷମା ପିନ୍ଧି ତାଙ୍କ ଫୋନକୁ ଅତି ଧ୍ୟାନର ସହ ଦେଖୁଛନ୍ତି ।
ଫଟୋର କ୍ୟାପସନରେ ମଲାଇକା ଲେଖିଛନ୍ତି, 'ଓ୍ବାର୍କ ଫର୍ମ ହୋମ ପାଇଁ ପ୍ରସ୍ତୁତ ହୁଅ'।
ପ୍ରକାଶ ଥାଉ ଯେ, ମଲାଇକା ଆରୋରା ଏବଂ ଅର୍ଜୁନ କପୁର ପ୍ରାୟତଃ ତାଙ୍କ ରିଲେସନସିପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।