ETV Bharat / sitara

ସଞ୍ଜୟ କପୁରଙ୍କୁ ବର୍ଥଡେ ଓ୍ବିଶ ଜଣାଇଲେ ଅର୍ଜୁନ-ମଲାଇକା - malaika and arjun wishes sanjay

17 ଅକ୍ଟୋବରରେ ସଞ୍ଜୟ କପୁର ନିଜର 55 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ମଧ୍ୟ ତାଙ୍କୁ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି । ଅଧିକ ପଢନ୍ତୁ...

malaika arora and arjun kapoor wishes sanjay kapoor on his 55th birthday
ସଞ୍ଜୟ କପୁରଙ୍କୁ ବର୍ଥଡେ ଓ୍ବିଶ ଜଣାଇଲେ ଅର୍ଜୁନ-ମଲାଇକା
author img

By

Published : Oct 17, 2020, 10:52 PM IST

ମୁମ୍ବାଇ: ଶନିବାର 17 ଅକ୍ଟୋବରରେ ଅଭିନେତା ସଞ୍ଜୟ କପୁର ନିଜର 55 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ବହୁ ପ୍ରଶଂସକଙ୍କ ସହ ତାଙ୍କ ବନ୍ଧୁ ଏବଂ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।

ଏହି ଅବସରରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ମଧ୍ୟ ତାଙ୍କୁ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି ।

ମଲାଇକା ଇନଷ୍ଟାଗ୍ରାମରେ ସଞ୍ଜୟଙ୍କ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫଟୋର କ୍ୟାପସନରେ ମଲାଇକା ଲେଖିଛନ୍ତି, 'ସବୁଠୁ ଛୋଟ ଏବଂ ହ୍ୟାଣ୍ତସମ ଦେଖାଯାଉଥିବା କପୁରଙ୍କୁ ଜନ୍ମଦିନର ଶୁଭେଚ୍ଛା' ।

ଅର୍ଜୁନ ମଧ୍ୟ ଇନଷ୍ଟାଗ୍ରାମରେ ସଞ୍ଜୟଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ଭଗବାନ ଆଶୀର୍ବାଦ କରନ୍ତୁ ତୁମେ ସବୁବେଳେ ଏମିତି ଜୋକ୍ସ କହି ଏହି ଫଟୋ ପରି ହସୁଥାଅ ।

କିଛି ଦିନ ପୂର୍ବରୁ ଅର୍ଜୁନ ଏବଂ ମଲାଇକା ଉଭୟ କୋରୋନା ସଂକ୍ରମିତ ହୋଇଥିଲେ । ଏବେ ଦୁହେଁ କରୋନାଙ୍କୁ ପରାସ୍ତ କରି କାମକୁ ଫେରିଛନ୍ତି ।

ପ୍ରକାଶ ଥାଉ ଯେ, ଅର୍ଜୁନ ଏବଂ ମଲାଇକା ଦୀର୍ଘ ଦିନ ଧରି ପରସ୍ପର ସହ ରିଲେସନସିପରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.