ନୂଆଦିଲ୍ଲୀ : ଚଳଚ୍ଚିତ୍ର 'ମେନେ ପ୍ୟାର କିୟା 'ର ଅଭିନେତ୍ରୀ ଭାଗ୍ୟଶ୍ରୀ ତାଙ୍କର କାଶ୍ମୀର ଟ୍ରିପର ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଭିଡିଓଟିରେ ଭାଗ୍ୟଶ୍ରୀ ସ୍ବାମୀ ହିମାଳୟ ଦାସାନୀଙ୍କ ସହ ବଲିଉଡ ଗୀତରେ ବରଫ ପାହାଡ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି।
- " class="align-text-top noRightClick twitterSection" data="
">
ଏହି ଭିଡିଓରେ ଭାଗ୍ୟଶ୍ରୀ କାଶ୍ମୀରରେ ଶ୍ରୀଦେବୀ ଏବଂ ଋଷି କପୁରଙ୍କ ଫିଲ୍ମ ଚାନ୍ଦନୀ ର ଗୀତକୁ ରିକ୍ରିଏଟ କରୁଥିବାର ନଜର ଆସିଛନ୍ତି । ଏବେ ଫ୍ୟାନ୍ସ ଦୁହିଁଙ୍କର ଏହି ମଜାଳିଆ ଅନ୍ଦାଜକୁ ବହୁତ ପସନ୍ଦ କରୁଛନ୍ତି ।
ଏହି ଭିଡିଓ ସହିତ କ୍ୟାପସନରେ ଭାଗ୍ୟଶ୍ରୀ ଲେଖିଛନ୍ତି, ଯେପର୍ଯ୍ୟନ୍ତ ଆପଣ ଏ ଜୀବନ ବଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ। 'କ୍ୟା ପତା କଲ ହୋ ନା ହୋ' ?
ପ୍ରକାଶ ଥାଉ ଯେ, ଏହାପୂର୍ବରୁ ଭାଗୀଶ୍ରୀ ଏହି ଛୁଟିଦିନର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।