ମୁମ୍ବାଇ: ଖୁବଶୀଘ୍ର ନିର୍ଦ୍ଦେଶକ ତଥା ଅଭିନେତା ମହେଶ ମାଞ୍ଜରେକର ଥ୍ରିଲର ଡ୍ରାମା ଫିଲ୍ମ ‘ଟ୍ୟାକ୍ସି ନଂ 24’ ନେଇ ପରଦାରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହ ଅଭିନୟ କରୁଥିବାର ଦେଖାଯିବେ ଅନଙ୍ଗଶା ବିଶ୍ବାସ ଏବଂ ଜଗଜିତ ସାନ୍ଧୁ । ସେପଟେ ଦର୍ଶକଙ୍କ ଏକ୍ସାଇମେଣ୍ଟ ବଢାଇବା ପାଇଁ ମେକର୍ସ ସୋମବାର ଫିଲ୍ମରୁ ପ୍ରଥମ ପୋଷ୍ଟର ଜାରି କରିଥିଲେ । ଫିଲ୍ମକୁ ନେଇ କାଷ୍ଟ ଏବଂ କ୍ରୁ ମେମ୍ବର ଉତ୍ସାହିତ ଅଛନ୍ତି କାରଣ ଲକଡାଉନ ପରେ ଫିଲ୍ମର ସୁଟିଂ ଶେଷ ହୋଇଯାଇଥିଲା ।
ପୋଷ୍ଟର ରିଲିଜ ଅବସରରେ ଫିଲ୍ମ ନିର୍ଦ୍ଦେଶକ ସୌମିତ୍ର ସିଂ କହିଛନ୍ତି, ‘ଏହି ଫିଲ୍ମଟି ଉତ୍ସାହ ଏବଂ ଶକ୍ତିର ଘୂର୍ଣ୍ଣିବାତ୍ୟା ପରି ହୋଇଛି, ଯେହେତୁ ଆମେ ପୁରା ସୁଟିଂ ଆରମ୍ଭ କରି ତୁରନ୍ତ ଲକଡାଉନ ପରେ ଶେଷ କରିଥିଲୁ । କାଷ୍ଟ ଏବଂ କ୍ରୁଙ୍କର ସମସ୍ତ ସୃଜନଶୀଳତା ଏବଂ ସେମାନଙ୍କ ପ୍ରତିଭାର ସର୍ବୋତ୍ତମ ଥିଲା କାରଣ ଆମେ ସୁଟିଂ ଆରମ୍ଭ କରିବା ପୂର୍ବରୁ ସମଗ୍ର ବିଶ୍ବ ଠିକ୍ ଥିଲା । ଏହି ଫିଲ୍ମ ଏବଂ ପୁରା ଟିମ ମୋ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।’
ସେହିପରି ଫିଲ୍ମର କାହାଣୀ ଜଣେ ଯୁବକ ସମୀରର ଯିଏ ଦିନେ ଡ୍ରାଇଭର ଲାଲ ବାହାଦୂରର ଟ୍ୟାକ୍ସିରେ ବସୁଛନ୍ତି । ଯେଉଁ ସମୟରେ ସହରରେ ଏକ ସାଇକୋ ହତ୍ୟାକାରୀ ଘୁରିବୁଲୁଛନ୍ତି । ପ୍ରକାଶ ଥାଉକି ଫିଲ୍ମରେ ଏହି ଷ୍ଟାର୍ସଙ୍କ ବ୍ୟତୀତ ଗିରିଶ ଶର୍ମା, ରଜତ ଅରୋରା, ଶାଲିନୀ ଚୌହାନ, ମୁଗଦା ଶର୍ମା, ଅମିଷା ସିହ୍ନା, ଅଙ୍କିତା ସାହୁ, ତୁଷାର ରଙ୍ଗତା । ଆଉ ଫିଲ୍ମର ଦମଦାର କାହାଣୀ ଲେଖିଛନ୍ତି ଅଭିରାଜ ଶର୍ମା ।
@IANS