ETV Bharat / sitara

ଆସିଲା ‘ସଡକ 2’ର ଜବରଦସ୍ତ ଟ୍ରେଲର, ଆସନ୍ତା 28ରେ ରିଲିଜ ହେବ ଫିଲ୍ମ

author img

By

Published : Aug 12, 2020, 2:52 PM IST

ଦମଦାର ପ୍ରେମକାହାଣୀ, ଆକ୍ସନ, ଥ୍ରିଲରରେ ଭରପୁର ‘ସଡକ 2’ର ଟ୍ରେଲର । ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ଫିଲ୍ମ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ବହୁପ୍ରତିକ୍ଷିତ ଫିଲ୍ମ ‘ସଡକ 2’ । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ । ଏହି ମଲ୍ଟି ଷ୍ଟାରରେ ଫିଲ୍ମରେ ଫେମସ ଆକ୍ଟର ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଦିତ୍ୟ ରାୟ କପୁର ଓ ଆଲିୟା ଭଟ୍ଟଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ । ସେହିପରି ଦୀର୍ଘ ସମୟ ପରେ ପୁଣିଥିରେ ସଞ୍ଜୟ ଓ ପୂଜାଙ୍କ କେମେଷ୍ଟ୍ରି ଫିଲ୍ମରେ ଦେଖିବେ ଦର୍ଶକ । ଇତିମଧ୍ୟରେ ଦର୍ଶକଙ୍କ ଏକ୍ସାଇଟମେଣ୍ଟକୁ ଦୁଇଗୁଣ ବଢାଇ ଦେଇଛି ଫିଲ୍ମର ଜବରଦସ୍ତ ଟ୍ରେଲର । ଆଜ୍ଞା ହଁ ମେକର୍ସ ଫିଲ୍ମର ଟ୍ରେଲର ରିଲିଜ କରିଦେଇଛନ୍ତି ।

  • " class="align-text-top noRightClick twitterSection" data="">

‘ସଡକ 2’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଫେମସ ନିର୍ମାତା ମହେଶ ଭଟ୍ଟ । ଏହି ଫିଲ୍ମ ଜରିଆରେ ମହେଶ ପାଖାପାଖି 20 ବର୍ଷ ପରେ ନିର୍ଦ୍ଦେଶନା ଜଗତକୁ ଫେରିଛନ୍ତି । ସଞ୍ଜୟ ଓ ପୂଜାଙ୍କ 1991ରେ ଆସିଥିବା ସୁପରଡୁପର ହିଟ୍ ଫିଲ୍ମ ‘ସଡକ’ର ଏହା ସିକ୍ବେଲ ଫିଲ୍ମ।

ସେହିପରି ଟ୍ରେଲର ଆରମ୍ଭରେ ପୂର୍ବ ଫିଲ୍ମ ‘ସଡକ’ର ଝଲକ ଦେଖିବାକୁ ମିଳୁଛି। ଫିଲ୍ମରେ ଟ୍ୟାକ୍ସି ଡ୍ରାଇଭର ସାଜିଥିବା ସଞ୍ଜୟ, ପୂଜାଙ୍କ ପ୍ରେମରେ ଦିୱାନା ନଜର ଆସୁଛନ୍ତି । ଅନ୍ୟପଟେ ଆଲିୟାଙ୍କ ଭୂମିକା ଫିଲ୍ମରେ ଭଣ୍ଡ ଧର୍ମ ଗୁରୁଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିବା । ଆଉ ତାଙ୍କ ପ୍ରେମିକ ସାଜିଛନ୍ତି ଆଦିତ୍ୟ। ଖାଲି ଏତିକି ନୁହେଁ ଫିଲ୍ମରେ ଜବରଦସ୍ତ ଟ୍ବିଷ୍ଟ ମଧ୍ୟ ଦେଖିବାକୁ ମିଳିବ । ଏବେ ଦେଖନ୍ତୁ ଟ୍ରେଲର...

ପ୍ରକାଶ ଥାଉକି କୋରୋନା ଭାଇରାସ ପାଇଁ ସିନେମାହଲ ବନ୍ଦ ଥିବାରୁ ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ମେକର୍ସ । ଏମାସ 28 ତାରିଖରେ ଫିଲ୍ମ ରିଲିଜ ହେବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.