ହାଇଦ୍ରାବାଦ: ଲକଡାଉନ ସମୟରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ ତାଙ୍କ ପରିବାର ସହ ସମୟ ବିତାଉଛନ୍ତି । ଏହି ସମୟରେ ମହେଶ ବାବୁ ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ମହେଶ ବାବୁ ତାଙ୍କ ଝିଅ ସହିତ ନଜର ଆସିଛନ୍ତି ।
ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କ ସ୍ୱାମୀ ମହେଶବାବୁ ତାଙ୍କ ଝିଅ ସୀତାରାଙ୍କ ସହ ଇନଷ୍ଟାଗ୍ରାମରେ କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମହେଶବାବୁ ତାଙ୍କ ଝିଅକୁ ଘରର ପାହାଚରେ ଅଟକାଇ କିଛି ପଚାରୁଥିବାର ନଜର ଆସିଛନ୍ତି ।
ଏହି ଫଟୋରେ ମହେଶବାବୁ କ୍ୟାପସନରେ ଲେଖିଛନ୍ତି ଯେ, ମୁଁ ପ୍ରତ୍ୟେକ ଦିନ କିଛି ସୁନ୍ଦର ସ୍ମୃତିକୁ ସଜୋଉଛି । #Hashtagstehome ।
- " class="align-text-top noRightClick twitterSection" data="
">
ମହେଶ ବାବୁ ଏବଂ ଝିଅ ସୀତାରାଙ୍କ ଏହି ଫଟୋକୁ ଏପର୍ଯ୍ୟନ୍ତ 484,569 ଲାଇକ ମିଳିସାରିଛି ।
ନିକଟରେ ମହେଶ ବାବୁ ତାଙ୍କ ପୁଅ ଗୌତମଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଥିଲେ । ଏହି ଫଟୋରେ ମହେଶ ବାବୁ କ୍ୟାପସନରେ ଲେଖିଥିଲେ ଯେ, ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ୍ତକୁ ଭଲ ପାଆନ୍ତୁ ଏବଂ ଟିକେ ହସନ୍ତୁ ।