ETV Bharat / sitara

ମହାରାଷ୍ଟ୍ରରେ 'ସୁପର 30' ଉପରୁ ହଟିଲା ଜିଏସଟି - ସୁପର 30

ଚର୍ଚ୍ଚାରେ ହ୍ରିତିକ ରୋଶନଙ୍କ ଫିଲ୍ମ 'ସୁପର 30' । ବିହାର, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ଗୁଜରାଟର ପରେ ଦିଲ୍ଲୀରେ ଏହି ଫିଲ୍ମକୁ କର ମୁକ୍ତ କରାଯାଇଥିଲା । ହେଲେ ଏବେ ମହାରାଷ୍ଟ୍ରରେ ଫିଲ୍ମ ଉପରୁ ଜିଏସଟି ହଟାଇ ଦିଆଯାଇଛି ।

ଫଟୋ ସୌଜନ୍ୟ: ହ୍ରିତିକ ରୋଶନ
author img

By

Published : Jul 31, 2019, 10:25 AM IST

ମୁମ୍ବାଇ: ମହାରାଷ୍ଟ୍ର ସରକାର ଫିଲ୍ମ 'ସୁପର 30' ଉପରୁ ରାଜ୍ୟ ଦ୍ରବ୍ୟ ଏବଂ ସେବା କରରୁ(ଜିଏସଟି) ମୁକ୍ତ କରିବା ପାଇଁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି । ଜଣେ ଅଧିକାରୀ କହିଛନ୍ତି କି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ଙ୍କ ଅଧ୍ୟକ୍ଷତାରେ ତିଆରି ହୋଇଥିବା ମନ୍ତ୍ରିମଣ୍ଡଳ ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି । ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ 'ସୁପର 30'କୁ ବିହାର, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ଗୁଜରାଟର ପରେ ଦିଲ୍ଲୀରେ କର ମୁକ୍ତି କରାଯାଇଥିଲା ।

ଫିଲ୍ମ 'ସୁପର-30' ପାଟନାର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ । ଯିଏ ସବୁବର୍ଷ ଆଈଆଈଟି ପ୍ରବେଶ ପରୀକ୍ଷା ପାଇଁ ଗରିବ ପରିବାରର 30 ଯୋଗ୍ୟ ଛାତ୍ରାଛାତ୍ରୀଙ୍କୁ ପାଠ ପଢାଆନ୍ତି। ଫିଲ୍ମରେ ଆନନ୍ଦଙ୍କ ଭୂମିକାରେ ହ୍ରିତିକ ରୋଶନ ନଜର ଆସିଛନ୍ତି । ଫିଲ୍ମଟି ଜୁଲାଇ 12ରେ ରିଲିଜ ହୋଇଥିଲା ।

ଜୁଲାଇ 24ରେ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ ହ୍ରିତିକଙ୍କ ଅଭିନୀତ ଫିଲ୍ମ 'ସୁପର 30' ରାଷ୍ଟ୍ରୀୟ ରାଜଧାନୀରେ କର ମୁକ୍ତ ହେବ । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଟ୍ବିଟ କରି ଏହାର ସୂଚନା ଦେଇଥିଲେ । ସେ ଟ୍ବିଟରେ ଲେଖିଥିଲେ, " ଦିଲ୍ଲୀ ସରକାର ସୁପର 30 ଫିଲ୍ମକୁ କର ମୁକ୍ତ କରୁଛି । ଯାହାଦ୍ବାରା ଦିଲ୍ଲୀ ଛାତ୍ର ଏବଂ ଶିକ୍ଷକଙ୍କୁ ପ୍ରେରଣା ମିଳିପାରିବ। "

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.